ETV Bharat / international

ପାକିସ୍ତାନର ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ - ଅବଦୁଲ ରେହମାନ ମାକ୍କି

କିସ୍ତାନର ଆତଙ୍କବାଦୀ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଭାବେ ଘୋଷଣା କଲେ ମିଳିତ ଜାତିସଂଘ । ଅଧିକ ପଢନ୍ତୁ

UN lists Abdul Rehman Makki as global terrorist
ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ
author img

By

Published : Jan 17, 2023, 11:07 AM IST

ନ୍ୟୁୟର୍କ: ମିଳିତ ଜାତିସଂଘ ସୋମବାର ପାକିସ୍ତାନର ଆତଙ୍କବାଦୀ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିଛି । ISIL ଏବଂ ଅଲ କାଏଦା ଅନୁଦାନ କମିଟି ଅଧିନରେ କାମ କରୁଥିବା ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଗତ ଜୁନ୍ 2022ରେ ଭାରତ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗତ ବର୍ଷ ଚୀନ ଏହାକୁ ଅଟକାଇ ଦେଇଥିଲା । ଏହାପରେ ଭାରତ ଚୀନ୍‌କୁ ସମାଲୋଚନା ମଧ୍ୟ କରିଥିଲା ।

ମିଳିତ ଜାତିସଂଘ ଏକ ବିବୃତ୍ତିରେ କହିଛି ଯେ, 16 ଜାନୁଆରୀ 2023ରେ ସୁରକ୍ଷା ପରିଷଦ କମିଟିରେ ISIL (ଡାଏସ) , ଅଲ-କାଏଦା ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତି, ଗୋଷ୍ଠୀ ଏବଂ ଅନୁଷ୍ଠାନ ସମ୍ବନ୍ଧୀୟ ସଂକଳ୍ପ 1267 (1999), 1989 (2011) ଏବଂ 2253 (2015) ଅନୁଯାୟୀ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ 2610 (2021)ର ଅନୁଚ୍ଛେଦ 1ରେ ଗ୍ରହଣ କରାଯାଇଥିବା ନୀତି ଅନୁଯାୟୀ, ଆତଙ୍କବାଦୀ ଅବଦୁଲ ରେହମାନ ମାକ୍କିର ସମ୍ପତ୍ତିକୁ ଜବତ କରାଯିବ । ବାହର ଦେଶକୁ ଯାତ୍ରା ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ । ଭାରତ ଏବଂ ଆମେରିକା ମାକ୍କିକୁ ନିୟମ ଅନୁଯାୟୀ ଆତଙ୍କବାଦୀ ଭାବରେ ତାଲିକାଭୁକ୍ତ କରିସାରିଛନ୍ତି । ପାଣ୍ଠି ସଂଗ୍ରହ କରିବା , ଯୁବକମାନଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବାକୁ କଠୋରପନ୍ଥି ନୀତି ଆପଣାଇବାରେ ପ୍ରମୁଖ ଅବଦୁଲର ରେହମାନର ପ୍ରମୁଖ ଭୁମିକା ରହିଛି । ଭାରତରେ ବିଶେଷ କରି ଜାମ୍ମୁ କାଶ୍ମୀରରେ ଆକ୍ରମଣ ଯୋଜନା କରିବାରେ ଜଡିତ ରହିଛି ଅବଦୁଲ ରେହମାନ । ଏହା ଜଣାପଡିବା ପରେ ଅବଦୁଲ୍ ରେହମାନ ମାକ୍କିର ନାମ ଅତଙ୍କବାଦୀ ତାଲିକାରେ ଯୋଡା ଯାଇଥିଲା ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଲଶ୍କର-ଏ-ତୋଏବାର ମୁଖ୍ୟ ତଥା 26/11 ଆକ୍ରମଣର ମାଷ୍ଟରମାଇଣ୍ଡ ହାପିଜ ସୟିଦର ଶାଳକ ହେଉଛି ଅବଦୁଲ ରେହମାନ ମାକ୍କି । ସେ ଆମେରିକାର ଗଢ଼ି ଉଠିଥିବା ବିଦେଶୀ ଆତଙ୍କବାଦୀ ସଂଗଠନ ଲଶ୍କରରେ ବିଭିନ୍ନ ପଦବୀରେ ଅବସ୍ଥାନ କରିଥିଲେ । ଏଲ୍‌ଇଟି ଅଭିଯାନ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ମଧ୍ୟ ତାର ଭୂମିକା ରହିଥିଲା । ଗତ 2019ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଜାତିସଂଘ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.