ETV Bharat / international

ଜାତିସଂଘରେ ସାମିଲ ହେଲା ହିନ୍ଦୀ ଭାଷା - ଜାତିସଂଘରେ ସାମିଲ ହେଲା ହିନ୍ଦୀ

ଜାତିସଂଘ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ବୀକୃତି ଦେଇଛି । ଗତକାଲି (ଶନିବାର) ସାଧାରଣ ପରିଷଦରେ ଏହା ଘୋଷଣା କରାଯାଇଛି । ହିନ୍ଦୀ ସହିତ ବଙ୍ଗଳା ଉର୍ଦ୍ଦୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ଅଧିକ ପଢ଼ନ୍ତୁ

un adopts resolution on multilingualism mentioning hindi for the first time
ଜାତିସଂଘରେ ସାମିଲ ହେଲା ହିନ୍ଦୀ
author img

By

Published : Jun 12, 2022, 8:47 AM IST

ନ୍ୟୁୟର୍କ: ଜାତିସଂଘ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ବୀକୃତି ଦେଇଛି । ଗତକାଲି (ଶନିବାର) ସାଧାରଣ ପରିଷଦରେ ଏହା ଘୋଷଣା କରାଯାଇଛି । ହିନ୍ଦୀ ସହିତ ବଙ୍ଗଳା ଉର୍ଦ୍ଦୁ ଭାଷାକୁ ମଧ୍ୟ ଅନୁମତି ଦିଆଯାଇଛି । ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ସଭାରେ ଯୋଗ ଦେଇ ସୂଚନା ଦେଇଛନ୍ତି ।

ଟିଏସ ତିରୁମୂର୍ତ୍ତି କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ବର୍ତ୍ତମାନ ଜାତିସଂଘର ସମସ୍ତ କାର୍ଯ୍ୟ ଓ ଜରୁରୀ ସୂଚନା ଏହି ଭାଷାରେ ପ୍ରକାଶ କରାଯିବ । ଜାତିସଂଘର ସ୍ବୀକୃତିକୁ ଭାରତ କୃତଜ୍ଞତା ଜଣାଇଛି । ସେ ଆହୁରି ମଧ୍ୟ କହିଛନ୍ତି 2018 ମସିହାରେ ଭାରତ ହିନ୍ଦୀ ଜାତିସଂଘ ପ୍ରକଳ୍ପ (Hindi @ UN) ଆରମ୍ଭ କରିଥିଲା । ମିଳିତ ଜାତିସଂଘରେ ବହୁଭାଷାବାଦକୁ ପ୍ରକୃତ ଅର୍ଥରେ ଗ୍ରହଣ କରିବା ଜରୁରୀ ଅଟେ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ଭାରତ ସମର୍ଥନ କରିବ । ମିଳିତ ଜାତିସଂଘ ସାଧାରଣ ପରିଷଦର 6ଟି ଭାଷା ରହିଛି- ଆରବୀ, ଚାଇନିଜ, ଇଂରାଜୀ, ଫରାସୀ, ରୁଷୀୟ ଏବଂ ସ୍ପାନିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.