ETV Bharat / international

ୟୁକ୍ରେନରେ ହାହାକାର, ଶିଶୁ ପିଠିରେ ପରିବାରର ଠିକଣା ଲେଖିଲେ ବାପାମାଆ

author img

By

Published : Apr 6, 2022, 2:16 PM IST

Updated : Apr 7, 2022, 6:15 AM IST

ଋଷିଆ ଆକ୍ରମଣରେ ଶ୍ମଶାନ ପାଲଟିଛି ୟୁକ୍ରେନ । ମୃତ୍ୟୁର ହାହାକାର ଭିତରେ ଜୀବନ କାଟୁଥିବା ପରିବାର ନିଜ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ପିଠିରେ ଯୋଗାଯୋଗ ଠିକଣା ଲେଖୁଛନ୍ତି । ଅଧିକ ପଢନ୍ତୁ

Russia-Ukraine War: ଯୁଦ୍ଧରେ ମରିଯିବା ଆଶଙ୍କା କରି ଶିଶୁ ପିଠିରେ ଠିକଣା ଲେଖିଲେ ବାପାମାଆ

କିଭ୍: ୟୁକ୍ରେନର ଋଷିଆର ବିନାଶଲୀଳ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ହଜାର ହଜାର ନାଗରିକଙ୍କ ମୃତ୍ୟୁରେ ଶ୍ମଶାନ ପାଲଟିଛି ୟୁକ୍ରେନ । ପ୍ରତିଦିନ ଋଷିଆ ସେନାର ଆକ୍ରମଣରେ ନିରୀହ ଜନତାଙ୍କ ଜୀବନ ଯାଉଛି । ସାଧାରଣ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ଯୁଦ୍ଧର ଏପରି ଘନଘଟା ମଧ୍ୟରେ ୟୁକ୍ରେନୀୟ ପରିବାରମାନେ ଆତଙ୍କିତ ଅବସ୍ଥାରେ ଦିନ କଟୁଛନ୍ତି । କେଉଁ ମୁହୂର୍ତ୍ତରେ କାହା ସହ କ'ଣ ଘଟିବ କେହି ଜାଣନ୍ତି ନାହିଁ । ଏପରି ସ୍ଥିତିରେ ବାପାମାଆ ନିଜ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଏକ ଅଭିନୟ ଉପାୟ ବାହାର କରିଛନ୍ତି । ସେମାନେ ପିଲାଙ୍କ ପିଠିରେ ପରିବାର ବିବରଣୀ ଓ ଯୋଗଯୋଗ ଠିକଣା ଲେଖିବା ଆରମ୍ଭ କରିଛନ୍ତି । ନାଁ, ଠିକଣା ସହ ଫୋନ ନମ୍ବର ମଧ୍ୟ ଲେଖୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହାର କାରଣ ହେଉଛି, ଯଦି ଯୁଦ୍ଧରେ ସେମାନଙ୍କର ମୃତ୍ୟୁ ହୋଇଯାଉଛି ତେବେ ପିଲାଟି ପିଠିରେ ଥିବା ସୂଚନା ଦେଖି କେହି ତା'ର ଜୀବନ ବଞ୍ଚାଇ ପାରିବେ ଅଥବା ପରିବାରର ଅନ୍ୟ ଲୋକଙ୍କ ସହ ଯୋଗଯୋଗ କରିପାରିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୟୁକ୍ରେନର ଏକ ଶିଶୁକନ୍ୟାର ଫଟୋ ତା'ର ମାଆ ପୋଷ୍ଟ କରିଛି । ସେ ଫଟୋରେ ପିଲାଟିର ନାଁ ବୀରା ବୋଲି ଜଣାପଡିଛି । ତା' ପିଠିରେ, ନାମ, ଜନ୍ମ ତାରିଖ ଏବଂ ଫୋନ ନମ୍ବର ଲେଖାଥିବାର ଦେଖାଯାଇଛି । ଏହାସହ ପିଲାଟିର ମାଆ ଏକ ହାତଲେଖା କଣ୍ଟାକ୍ଟ କାର୍ଡ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ବୀରା ନାମ, ବାପାମାଆ ଏବଂ ଅନ୍ୟ ସମ୍ପର୍କୀୟଙ୍କ ସମସ୍ତ ବିବରଣୀ ରହିଛି ।

ମହିଳା ଜଣକ ଏହାକୁ ସେୟାର କରି ଲେଖିଛନ୍ତି, ଯୁଦ୍ଧ ମଧ୍ୟରେ ଯଦି ମୋର ମୃତ୍ୟୁ ଘଟୁଛି ଏବଂ ବୀରା ବଞ୍ଚି ଯାଉଛି, ଏହାଦ୍ବାରା କେହି ହେଲେ ବୀରାକୁ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ପହଞ୍ଚାଇ ପାରିବ । ଯଦିଓ ସେ ଏବେ ସୁରକ୍ଷିତ ଅଛନ୍ତି ହେଲେ କେତେବେଳେ କ'ଣ ଘଟିବ ତାହା କହିହେବ ନାହିଁ । ତେଣୁ ସେ ନିଜ ଝିଅର ଜୀବନ ବଞ୍ଚାଇବାକୁ ଏଭଳି ଅଭିନବ ଉପାୟ କରିଛନ୍ତି । ୟୁକ୍ରେନର ଅନ୍ୟ କିଛି ଅଭିଭାବକ ମଧ୍ୟ ନିଜ ପିଲାଙ୍କ ପିଠିରେ ପରିବାରର ବିବରଣୀ ଲେଖିଛନ୍ତି ।

Last Updated : Apr 7, 2022, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.