ETV Bharat / international

ଜ୍ୟାକେଟ ନିଲାମ କଲେ ଜେଲେନସ୍କି, ଯୁଦ୍ଧ ପୀଡିତଙ୍କ ସାହାଯ୍ୟରେ ଲାଗିବ ଅର୍ଥରାଶି

author img

By

Published : May 9, 2022, 9:39 PM IST

2 ମାସରୁ ଅଧିକ ଦିନ ହେବ ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ପାଇଁ ୟୁକ୍ରେନର ଅର୍ଥନୀତି ଦୋହଲି ଯାଇଛି । ଦେଶ ପାଇଁ ଅର୍ଥ ଯୋଗାଡ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଭିନ୍ନ ଉପାୟ ଆପଣେଇଛନ୍ତି । ତାଙ୍କର ଅତିପ୍ରିୟ ଜ୍ୟାକେଟକୁ 1, 10, 000 ଡଲାର ବା 84 ଲକ୍ଷ 60 ହଜାର ଟଙ୍କାରେ ନିଲାମ କରି ଦେଇଛନ୍ତି । ଅଧିକ ପଢନ୍ତୁ

ଜ୍ୟାକେଟ ନିଲାମ କଲେ ଜେଲେନସ୍କି
ଜ୍ୟାକେଟ ନିଲାମ କଲେ ଜେଲେନସ୍କି

କିଭ: ୟୁକ୍ରେନରେ ଏବେ ବି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଋଷ । ଥମିବାର ନାଁ ନେଉନାହିଁ ଯୁଦ୍ଧ । 2 ମାସରୁ ଅଧିକ ଦିନ ହେବ ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ପାଇଁ ୟୁକ୍ରେନର ଅର୍ଥନୀତି ଦୋହଲି ଯାଇଛି । ଦେଶ ପାଇଁ ଅର୍ଥ ଯୋଗାଡ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଭିନ୍ନ ଉପାୟ ଆପଣେଇଛନ୍ତି । ତାଙ୍କର ଅତିପ୍ରିୟ ଜ୍ୟାକେଟକୁ 1, 10, 000 ଡଲାର ବା 84 ଲକ୍ଷ 60 ହଜାର ଟଙ୍କାରେ ନିଲାମ କରି ଦେଇଛନ୍ତି । ଏହି ଅର୍ଥ ରାଶିରେ ଯୁଦ୍ଧ ପୀଡିତଙ୍କୁ ସାହାଯ୍ୟ କରାଯିବ ।

ଯୁଦ୍ଧ ପାଇଁ ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବାକୁ ଏହି ଟଙ୍କା ଖର୍ଚ୍ଚ କରାଯିବ । ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ନିଲାମି କାର୍ଯ୍ୟକ୍ରମରେ ଜେଲେନସ୍କିଙ୍କର ଏହି ଜ୍ୟାକେଟ ନିଲାମ ହୋଇଛି । ପ୍ରଥମେ ଏହାର ମୂଲ୍ୟ 47 ଲକ୍ଷ ଟଙ୍କା ଥିଲା । ପରେ ବ୍ରିଟେନ ରାଷ୍ଟ୍ରପତି ବୋରିସ ଜନସନ ୟୁକ୍ରେନରେ ଫସିଥିବା ଲୋକଙ୍କ ସାହାଯ୍ୟ କରିବାକୁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ଅପିଲ କରିଥିଲେ । ଜ୍ୟାକେଟକୁ ଅଧିକ ଟଙ୍କାରେ କିଣି ୟୁକ୍ରେନଙ୍କୁ ସହଯୋଗ କରିବାକୁ ବୋରିସ ଅନୁରୋଧ କରିଥିଲେ । ଏହାପରେ ଜ୍ୟାକେଟଟି ଅଧିକ ଟଙ୍କାରେ ନିଲାମ ହୋଇଥିଲା ।

ଅନେକ ସମୟରେ ନିଲାମ ହୋଇଥିବା ଜ୍ୟାକେଟରେ ନଜର ଆସନ୍ତି ଜେଲେନସ୍କି । ଜ୍ୟାକେଟଟି ମେଣ୍ଢା ଲୋମରେ ତିଆରି । ଜ୍ୟାକେଟ ନିଲାମ ପରେ ଜନସନଙ୍କୁ ଧନ୍ୟବାଦ ଦେଇଛନ୍ତି ଜେଲେନସ୍କି । ଯୁଦ୍ଧ ଆରମ୍ଭରୁ ବ୍ରିଟେନ ଯେଉଁଭଳି ଭାବରେ ୟୁକ୍ରେନଙ୍କୁ ସାହାଯ୍ୟ କରି ଆସୁଛି ତାହା ସବୁବେଳେ ମନେ ରହିବ ବୋଲି କହିଛନ୍ତି ଜେଲେନସ୍କି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.