ETV Bharat / international

UK PM Race: ସରିଲା ଭୋଟିଂ, ସୋମବାର ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶେଷ ହୋଇଛି ମତଦାନ । କିଏ ହେବ ନୂଆ ପ୍ରଧାନମନ୍ତ୍ରୀ ତାହା ସୋମବାର ଦିନ ଘୋଷଣା ହେବ । ଅଧିକ ପଢନ୍ତୁ

UK PM Race: ସରିଲା ଭୋଟିଂ, ସୋମବାର ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ
UK PM Race: ସରିଲା ଭୋଟିଂ, ସୋମବାର ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ
author img

By

Published : Sep 3, 2022, 10:05 AM IST

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ପଡିବ ପୂର୍ଣ୍ଣଚ୍ଛେଦ । ଆସନ୍ତା ସୋମବାର ବ୍ରିଟେନକୁ ମିଳିବ ତାର ନୂଆ ପ୍ରଧାନମନ୍ତ୍ରୀ (UK to get new PM on Monday) । ବୋରିସ ଜନସନଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଚାଲିଥିବା ମତଦାନ ପ୍ରକ୍ରିୟା ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି । ସୋମବାର ମଧ୍ୟାହ୍ନ ସାଢେ ୧୨ଟା ସମୟରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍ସସେଲର (former chancellor) ଋଷି ସୁନକ(Rishi Sunak) ଏବଂ ବର୍ହିବ୍ୟାପାର ସଚିବ ଲିଜ୍ ଟ୍ରସ(Liz Truss) ଏଥିପାଇଁ କଡା ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଋଷି ସୁନକଙ୍କୁ ହରାଇ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଛି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ୧,୬୦,୦୦୦ ଟୋରି ଭୋଟର(Tory electorate) ସାମିଲ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଉଭୟ ଅନଲାଇନ ଏବଂ ପୋଷ୍ଟାଲ ଭୋଟିଂ ଶେଷ ହୋଇଛି । ଆସନ୍ତା ୫ ତାରିଖ ବା ସୋମବାର ଦିନ ସ୍ଥାନୀୟ ସମୟ ସାଢେ ୧୨ଟାରେ ରିଟର୍ଣ୍ଣିଂ ଅଫିସର ସାର୍ ଗ୍ରାହମ ବ୍ରାଡି(Sir Graham Brady) ନିର୍ବାଚନ ଫଳାଫଳ ଘୋଷଣା କରିବେ । କଞ୍ଜରଭେଟିଭ କ୍ୟାମ୍ପନ ହେଡକ୍ବାର୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଏହାମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ୪୭ ବର୍ଷୀୟା ଲିଜ ଟ୍ରସ ଆଶାୟୀ ଅଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଭୋଟିଂରେ ସୁନକ ନିର୍ବାଚନ ଜିତିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ସମୟ ବିତିବା ସହ ଲିଜ୍ ଟ୍ରସ ତାଙ୍କ ଉପରେ ଭାରି ପଡିଥିଲେ । ତେବେ ଶୁକ୍ରବାର ମତଦାନ ସରିବା ପରେ ଋଷି ସୁନକ କହିଛନ୍ତି, '' ବର୍ତ୍ତମାନ ଭୋଟିଂ ସରିଛି । ମୋତେ ସମର୍ଥନ କରିଥିବା ସମସ୍ତ ସହଯୋଗୀ, ପ୍ରଚାର ଟିମ୍ ଏବଂ ସମର୍ଥକଙ୍କ ମୁଁ ଧନ୍ୟବାଦ ଜଣାଉଛି ।'' ପ୍ରକାଶଥାଉ କି, ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଗତ ଜୁଲାଇ ୭ରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ (UK PM Boris Johnson Resign) । ତାଙ୍କ ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ସେଥିପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା ଏନେଇ ମତଦାନ ସରିଥିବା ବେଳେ ଆସନ୍ତା ସୋମବାର ନୂଆ ପ୍ରଧାନମନ୍ତ୍ରୀ ପାଇବ ବ୍ରିଟେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.