ETV Bharat / international

ଆମେରିକା ପରେ ଚୀନ ଆକାଶରେ ସନ୍ଦିଗ୍ଧ ବସ୍ତୁ, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

author img

By

Published : Feb 13, 2023, 7:11 AM IST

ଆମେରିକା ପରେ ଚୀନ ଆକାଶରେ ସନ୍ଦିଗ୍ଧ ବସ୍ତୁ । ଯାହାକୁ ନେଇ ଚୀନର ଚିନ୍ତା ବଢିଛି । ଗୁଳି କରି ଖସାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଆମେରିକା ପରେ ଚୀନ ଆକାଶରେ ସନ୍ଦିଗ୍ଧ ବସ୍ତୁ, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ
ଆମେରିକା ପରେ ଚୀନ ଆକାଶରେ ସନ୍ଦିଗ୍ଧ ବସ୍ତୁ, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

ବେଜିଂ: ଆମେରିକା ପରେ ଚୀନ ଆକାଶରେ ଏକ ସନ୍ଦିଗ୍ଧ ବସ୍ତୁ ଠାବ ହୋଇଛି । ଯାହାକୁ ନେଇ ଚୀନର ଚିନ୍ତା ବଢିଛି । ଏହା କେଉଁ ପ୍ରକାର ବସ୍ତୁ ତାହା ବେଜିଂ ସ୍ପଷ୍ଟ କରିନଥିଲା ବେଳେ ଏହାକୁ ତୁରନ୍ତ ଗୁଳି କରି ଖସାଇବାକୁ ନିର୍ଦ୍ଦେଶ ମିଳିସାରିଥିବା ସୂଚନା ମିଳିଛି । ଏହା କେଉଁଠାରୁ ଓ କେଉଁ ଉଦ୍ଦେଶ୍ୟରେ ଆସିଛି ସେ ନେଇ ତଦନ୍ତ କରୁଛି ଚୀନ । ସ୍ଥାନୀୟ ଜଣେ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ବସ୍ତୁକୁ ତୁରନ୍ତ ନଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାୟୁସେନା ସାହାଯ୍ୟରେ ବସ୍ତୁକୁ ନଷ୍ଟ କରିବା ପାଇଁ ଚୀନ ଉଦ୍ୟମ ଆରମ୍ଭ କରିଛି ।

ନିକଟ ଅତୀତରେ ଆମେରିକା ଉପକୂଳରେ ଚୀନର ଏକ ଗୁଇନ୍ଦା ବେଲୁନ ଠାବ ହୋଇଥିଲା । ଯାହାକୁ ଗୁଳି କରି ଖସାଇ ଦେଇଥିଲା ଆମେରିକା । ଯାହାକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଏହାର ଉଚିତ ଜବାବ ମିଳିବା ନେଇ ଚେତାବନୀ ଦେଇଥିଲା । କାର୍ଯ୍ୟାନୁଷ୍ଠାନ ପରେ ଫାଇଟର ପାଇଲଟଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ଧନ୍ୟବାଦ ଦେଇଥିଲେ । ଏହି ପ୍ରସଙ୍ଗରେ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଏବେ ମଧ୍ୟ ପ୍ରଶମିତ ହୋଇନାହିଁ ।

ଏହା ଏକ ଗୁଇନ୍ଦା ବେଲୁନ ହୋଇଥିବା ଆଶଙ୍କା ବଢିବା ପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆମେରିକା ବାୟୁସେନାର ଲଢୁଆ ବିମାନ ଏଫ-22 ରୁ ମିସାଇଲ ମାଡ କରାଯାଇ ଉକ୍ତ ବେଲୁନକୁ ନଷ୍ଟ କରାଯାଇଥିଲା । ଏବେ ପୁଣି ଚୀନ ଆକାଶରେ ଏକ ସନ୍ଦିଗ୍ଧ ବସ୍ତୁ ଠାବ ହୋଇଥିବା କଥା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.