ETV Bharat / international

Military Helicopter Crash: ଟ୍ରେନିଂ ସମୟରେ ସେନା ବିମାନ ଦୁର୍ଘଟଣା,୨ ମୃତ

author img

By

Published : Feb 17, 2023, 7:28 AM IST

ଟ୍ରେନିଂ ସମୟରେ ଦୁର୍ଘଟଣା ହେଲା ସେନା ବିମାନ । ଆମେରିକା ଅଲବାମାର ହଣ୍ଟସବିଲେ 5୩ ନମ୍ବର ଜାତୀୟ ରାଜପଥ ନିକଟରେ ବିମାନ କ୍ରାସ ହେବା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Military Helicopter Crash
Military Helicopter Crash

ଓ୍ବାଶିଂଟନ: ଆମେରିକାରେ ସେନା ବିମାନ ଦୁର୍ଘଟଣା । ଟ୍ରେନିଂ ସମୟରେ କ୍ରାସ ହେଲା ସେନା ବିମାନ । ଫଳରେ ଦୁଇ ସୁରକ୍ଷାକର୍ମୀଙ୍କର ମୃତ୍ୟୁ । ଆମେରିକା ଅଲବାମାର ହଣ୍ଟସବିଲେ 5୩ ନମ୍ବର ଜାତୀୟ ରାଜପଥ ନିକଟରେ ଏ ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଅଲବାମାର ହଣ୍ଟସବିଲେ ନିକଟରେ ଅଭ୍ୟାସ କରୁଥିବା ସମୟରେ ସେନା ବିମାନ ଦୁର୍ଘଟଣା ହୋଇଥିଲା । ଫଳରେ ଦୁଇ ନ୍ୟାସନାଲ ଗାର୍ଡମ୍ୟାନଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ବିମାନରେ ଲାଗିଲା ନିଆଁ: ବିମାନ କ୍ରାସ ହୋଇ ଦୁର୍ଘଟଣା ହେବା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବିମାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିଲେ ସୁରକ୍ଷାକର୍ମୀ । ଏନେଇ ହଣ୍ଟସବିଲେ ଜରୁରୀକାଳୀନ ସେବା ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଆସିଷ୍ଟାଣ୍ଟ ଜେନେରାଲ ବ୍ରିଗେଡିୟର୍ ଜେନେରାଲ୍ ୱାର୍ଣ୍ଣର ରାଁସ କହିଛନ୍ତି,"ଏହି ଛାତିଥରା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟ ଦିଅନ୍ତୁ ।" ତେବେ ବର୍ତ୍ତମାନ ସୁଦ୍ଧା ସେନା ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ତୀବ୍ରତା୬.୧ ରେକର୍ଡ

ପ୍ରକାଶଥାଉକି, ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ଆମେରିକାରେ ସେନା ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଆମେରିକାରେ ଏୟାର ସୋ ବେଳେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା । P-୬୩ କିଂକୋବ୍ରା ଫାଇଟର ଓ ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା । ଫଳରେ ଦୁଇଟି ବିମାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୬ଜଣ ପ୍ରାଣ ହରାଇଥିଲେ ।

ଫେଡେରାଲ ଏଭିଏଶନ ଆଡିମିନଷ୍ଟ୍ରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ପ୍ରଥମେ ଦୁଇଟି ବିମାନ ପରସ୍ପରକୁ ଧକ୍କା ହେବା ପରେ ତଳେ ପଡି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିଯିବାରୁ ବିମାନ ଭିତରେ ରହିଥିବା ପାଇଲଟ ବାହାରି ପାରିନଥିଲେ । ଫଳରେ ୬ଜଣ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.