ETV Bharat / international

Explosion in Kabul: ଦୁଇ ଋଷୀୟ ଦୂତାବାସ ଅଧିକାରୀଙ୍କ ସମେତ ୨୦ ମୃତ

author img

By

Published : Sep 5, 2022, 4:01 PM IST

Updated : Sep 5, 2022, 5:10 PM IST

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଋଷ ଦୂତାବାସ ନିକଟରେ ବିସ୍ଫୋରଣ (Two Russian killed in Kabul explosion)। ଦୁଇ ଋଷୀୟ ଦୂତାବାସ ଅଧିକାରୀଙ୍କ ସମେତ ୨୦ ମୃତ । ଅନ୍ୟ କିଛି ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Kabul in explosion: ଦୁଇ ଋଷୀୟ ଦୂତାବାସ ଅଧିକାରୀ ମୃତ

କାବୁଲ: ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ । ଏହି ବିସ୍ଫୋରଣରେ କାବୁଲରେ ଥିବା ଋଷ ଦୂତାବାସର ଦୁଇଜଣ ଅଧିକାରୀଙ୍କ ସମେତ ୨୦ ପ୍ରାଣ ହରାଇଥିବା (Two Russian killed in Kabul explosion) ସୂଚନା ମିଳିଛି । ଆକ୍ରମଣରେ ଏକାଧିକ ସ୍ଥାନୀୟ ନାଗରିକ ମଧ୍ୟ ଆହତ ମଧ୍ୟ ହୋଇଛନ୍ତି । ଆକ୍ରମଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ଋଷ ଡିପ୍ଲୋମାଟିକ ମିଶନ କାର୍ଯ୍ୟାଳୟ ନିକଟରେ ହୋଇଥିବା ଆକ୍ରମଣରେ ଦୁଇଜଣ ନାଗରିକ ପ୍ରାଣ ହରାଇଥିବା ମସ୍କୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦.୫୦ରେ କେହି ଅଜଣା ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଛି । କାବୁଲରେ ଥିବା ଋଷ ଦୂତାବାସ କାର୍ଯ୍ୟାଳୟକୁ ଏହି ବିସ୍ଫୋରକ ଫିଙ୍ଗା ଯାଇଥିଲା । ବିସ୍ଫୋରଣରେ ଦୁଇ ଋଷୀୟ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟ ନିକଟରେ ଥିବା ପ୍ରାୟ ୨୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ କିଛି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକ ରହିଥିବା ମଧ୍ୟ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.