ETV Bharat / international

ଆଶାନ୍ତ ଆମେରିକା: ଗୁଳିକାଣ୍ଡରେ 3 ଜଣଙ୍କୁ ହତ୍ୟା କରି ଜୀବନ ହାରିଲା ଦୁର୍ବୃୃତ୍ତ

ଆଶାନ୍ତ ହେଉଛି ଆମେରିକା । ଦିନକୁ ଦିନ ବଢ଼ି ଚାଲିଛି ବନ୍ଧୁକ ଅପରାଧ । ଆମେରିକାର ୟାକିମା ସ୍ଥିତ ଏକ ଦୋକାନରେ ଆଖିବୁଜା ଗୁଳିଚାଳନା । ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ । ଅଧିକ ପଢ଼ନ୍ତୁ

author img

By

Published : Jan 25, 2023, 10:19 AM IST

shooting in america
ଆମେରିକାରେ ଗୁଳିକାଣ୍ଡ

ୱାଶିଂଟନ: ଆମେରିକାରେ ହିଂସା ଥମିବାରେ ନାଁ ନେଉନି । ଦିନକୁ ଦିନ ବନ୍ଧୁକ ଅପରାଧ ତୀବ୍ର ମାତ୍ରାରେ ବୃଦ୍ଧି ପାଇଛି । ଦେଶରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ୱାଶିଂଟନରେ ପୁଣି ଗୁଳିକାଣ୍ଡ ଘଟିଛି । ୱାଶିଂଟର ୟାକିମାସ୍ଥିତ ଏକ ଦୋକାନରେ ଦୁର୍ବୃତ୍ତର ଆଖିବୁଜା ଗୁଳି ଚାଳନାରେ ଅତି କମ୍‌ରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ହତ୍ୟା ପରେ ଦୁର୍ବୃତ୍ତ ନିଜ ଜୀବନ ହାରିଥିବା ସୂଚନା ମିଳିଛି । ତେବେ ଗତ 12 ଘଣ୍ଚା ମଧ୍ୟରେ ଆମେରିକାର ଚାରୋଟି ସ୍ଥାନରେ ଭୟଙ୍କର ଗୁଳିକାଣ୍ଡ ଘଟିବା ଆଲୋଡ଼ନ ସୃଷ୍ଟି କରିଛି ।

ୟାକିମା ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୱାଶିଂଟର ୟାକିମାସ୍ଥିତ ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ଅତର୍କିତ ଗୁଳିମାଡ଼ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ 3 ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଯୋଗୁଁ ଅନେକ ଆହାତ ମଧ୍ୟ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତରଙ୍କୁ ହସ୍ପିଟାଲ ପଠାଇଛି । ଅନ୍ୟପଟେ ଏହି ଘଟଣାର କିଛି ସମୟ ପରେ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତର ମୃତେଦହ ଉଦ୍ଧାର କରିଛି ପୋଲିସ । ତେବେ ଦୁର୍ବୃତ୍ତ ଜଣକ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ, ୭ ମୃତ

ପୋଲିସ ଅଧିକାରୀ କହିଛନ୍ତି, "ହାତ୍ୟାକାରୀ ଜଣକ 21 ବର୍ଷୀୟ ଜରିଦ ହାଡ୍ଡୋକ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ହତ୍ୟାକାରୀ ନିଜ ମାଆଙ୍କୁ ଫୋନ କରିଥିଲା ଏବଂ ଗୁଳିକାଣ୍ଡ ଘଟାଇବା ନେଇ ସୂଚନା ଦେଇଥିଲା । ଏହାପରେ ନିଜ ହାରିବାକୁ କହିଥିଲେ ।" ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉତ୍ତର କାଲିଫର୍ଣ୍ଣିଆରେ ଗୁଳିକାଣ୍ଡରେ 18 ଜଣଙ୍କ ମୃତ୍ୟୁ ଘଟିଛି । ଉଭୟ ଶନିବାର ଓ ସୋମବାର ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି ।

ଗତ ଶନିବାର ଲସଏଞ୍ଜିଲସର ଏକ ଡ୍ୟାନ୍ସ ବାରରେ ଗୁଳି ଫୁଟି 11 ଜଣ ପ୍ରାଣ ହରାଇଥିଲେ । ସେହିପରି ସୋମବାର କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଥିବା ଛତୁ ଫାର୍ମ ଏବଂ ଟ୍ରକ ଡିପୋରେ ଗୁଳିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେଉଁ କାରଣ ଯୋଗୁଁ ଗୁଳିକାଣ୍ଡ ଘଟିଲା ତାହା ମଧ୍ୟ ଜଣାପଡିନାହିଁ । ବର୍ଷ ଆରମ୍ଭରୁ ଆମେରିକାରେ ଗୁଳିକାଣ୍ଡ ଓ ହତ୍ୟା ଭଳି ଅପରାଧ ଏତେ ଭୟଙ୍କର ରୂପ ଧାରଣ କରିଥିବାରୁ ଆଗକୁ ସ୍ଥିତି କ'ଣ ହେବ, ତାହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.