ETV Bharat / international

Unemployment in Pakistan: 1667 ପଦବୀ ପାଇଁ ପରୀକ୍ଷା ଦେଲେ 30 ହଜାର ଆଶାୟୀ

author img

By

Published : Jan 2, 2023, 1:15 PM IST

ଇସଲାମବାଦ ପୋଲିସରେ 1667 କନଷ୍ଟେବଳ ପଦ ପାଇଁ ପରୀକ୍ଷା ଦେଲେ 30 ହଜାରରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

Unemployment in Pakistan
ପାକିସ୍ତାନରେ ବେକାରି ସମସ୍ୟା

ଇସଲାମବାଦ: ପାକିସ୍ତାନରେ ଚରମ ସୀମାରେ ପହଞ୍ଚିଛି ବେକାରି ସମସ୍ୟା । ଲୋକଙ୍କ ପାଖରେ ରୋଜଗାର ନଥିବାରୁ ସବୁଠି ହାହାକାର । ଚାକିରି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ଇସଲାମବାଦ ପୋଲିସରେ କନଷ୍ଟେବଳ ପଦବୀ ପାଇଁ 30 ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ଏକ ଷ୍ଟାଡ଼ିୟମର ପଡ଼ିଆ ତଳେ ବସି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଗତ 5 ବର୍ଷ ଧରି ଏଠାରେ କନଷ୍ଟେବଳ ପଦବୀ ଖାଲି ପଡ଼ିଥିବା ବେଳେ ଚଳିତ ଥର 1667 ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: COVID-19: କୋଭିଡ ତଥ୍ୟ ଲୁଚାଉଛି ଚୀନ, ରିପୋର୍ଟ ମାଗିଲା WHO

1667 ପଦବୀ ପାଇଁ 30 ହଜାରରୁ ଊର୍ଦ୍ଧ୍ବ ଆଶାୟୀ

ଇସଲାମବାଦ ପୋଲିସର ସୂଚନା ଅନୁସାରେ, ପାକିସ୍ତାନର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 30 ହଜାରରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଖାଲି ପଡ଼ିଥିବା 1667 ପଦବୀ ପାଇଁ ଲିଖିତ ପରୀକ୍ଷା ଦେଇଥିଲେ । ଶନିବାର ଦିନ ଇସଲାମବାଦ ସ୍ଥିତ ସ୍ପୋର୍ଟସ ଷ୍ଟାଡ଼ିୟମରେ ତଳେ ବସି ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ତେବେ 1667 ପଦବୀ ପାଇଁ ଏତେ ମାତ୍ରାର ଆଶାୟୀ ପ୍ରାର୍ଥୀ ଦେଉଥିବାରୁ ପାକିସ୍ତାନରେ ବେକାରି ସମସ୍ୟା ଓ ଆର୍ଥିକ ସଂକଟ ନେଇ ଚର୍ଚ୍ଚା ହେଉଛି । ସରକାରୀ ଚାକିରିରେ ଅବହେଳିତ ନିଯୁକ୍ତି ଯୋଗୁଁ ବେରୋଜଗାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ସତ୍ତ୍ବେ ସରକାରୀ କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପାଇଁ ଲକ୍ଷ ଲକ୍ଷ ଆଶାୟୀ ଭର୍ତ୍ତି ହେବା ପାଇଁ ଉଦ୍ୟମ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଗୁରୁତର ଆଶଙ୍କା

2022 ମସିହାରେ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍‌ ଡେଭଲପମେଣ୍ଟ ଇକୋନୋମିକ୍ସ (PIDE) ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର 31 ପ୍ରତିଶତରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ବେକାର ଅଛନ୍ତି । ସେମାନଙ୍କ ମଧ୍ୟରୁ 51 ପ୍ରତିଶତ ମହିଳା ହୋଇଥିବାବେଳେ 16 ପ୍ରତିଶତ ପୁରୁଷ ଅଛନ୍ତି । ଏମାନଙ୍କ ପାଖରେ ବିଭିନ୍ନ ବୃତ୍ତିଗତ ଡିଗ୍ରି ମଧ୍ୟ ରହିଛି । ପାକିସ୍ତାନର ପ୍ରାୟ 60 ପ୍ରତିଶତ ଜନସଂଖ୍ୟା 30 ବର୍ଷରୁ କମ ଅଟନ୍ତି । ତେବେ ବର୍ତ୍ତମାନର ବେକାରି ସମସ୍ୟା ହାର 6.0% ରହିଛି।

ପାକିସ୍ତାନର ଅର୍ଥନୈତିକ ସ୍ଥିତି

ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ । ଇନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତି ଅର୍ଥନୈତିକ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି । ପାକିସ୍ତାନର ଏକ ତୃତୀୟାଂଶ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ । ଗତବର୍ଷ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର ପରେ ପାକିସ୍ତାନରେ ରାଜନୈତିକ ସଂକଟ ଦେଖାଦେଇଛି । ଦେଶର ଅର୍ଥନୈତିକ ସଂକଟ, ରାଜନୈତିକ ଅସ୍ଥିରତା ସାରା ବିଶ୍ବରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପରେ ଅନେକ ଦେଶ ସାହାଯ୍ୟର ହାତ ବଢ଼ାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.