ETV Bharat / international

Terrifying Experience: 3 ମିନିଟରେ 15 ହଜାର ଫୁଟ ତଳକୁ ଖସିଲା ବିମାନ

author img

By

Published : Aug 13, 2023, 5:33 PM IST

ଆମେରିକାରେ ମଝି ଆକାଶରେ ଅଘଟଣ । 3 ମିନିଟରେ 15 ହଜାର ଫୁଟ ଖସିଲା ବିମାନ । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କଲେ ଯାତ୍ରୀ । ବାୟୁମଣ୍ଡଳ ଚାପରେ ପରିବର୍ତ୍ତନ ପାଇଁ ଏପରି ହୋଇଥିବା ଏୟାର ଲାଇନ୍ସର ସୂଚନା । ଅଧିକ ପଢନ୍ତୁ

Terrifying Experience: 3 ମିନିଟରେ 15 ହଜାର ଫୁଟ ଖସିଲା ବିମାନ

ହାଇଦ୍ରାବାଦ: ମଝି ଆକାଶରେ ଛାନିଆ ହୋଇଗଲେ ଯାତ୍ରୀ । ମାତ୍ର 3 ମିନିଟ ମଧ୍ୟରେ 15 ହଜାର ଫୁଟ ତଳକୁ ଖସିଲା ବିମାନ । ଫ୍ଲୋରିଡା ଅଭିମୁଖେ ଉଡାଣ ଭରିଥିବା ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ମାତ୍ର ତିନି ମିନିଟ ମଧ୍ୟରେ 15,000 ଫୁଟରୁ ଅଧିକ ତଳକୁ ଖସିଥିବା ସୂଚନା ମିଳିଛି । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍- 5916 ଉତ୍ତର କାରୋଲିନାର ଚାର୍ଲୋଟରୁ ଆମେରିକାର ଫ୍ଲୋରିଡା ସ୍ଥିତ ଜେନେସଭିଲ ବିମାନ ବନ୍ଦର ଅଭିମୁଖେ ଉଡାଣ ଭରିଥିଲା । ତେବେ ହଠାତ ବିମାନଟି 15 ହଜାର ଫୁଟ ତଳକୁ ଖସିଥିଲା । ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ଏୟାର ପ୍ରେସର (ବାୟୁମଣ୍ଡଳ ଚାପ)ରେ ହଠାତ ପରିବର୍ତ୍ତନ ହେବା କାରଣରୁ ଏପରି ହୋଇଥିବା ସମ୍ପୃକ୍ତ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଶାନ୍ତ୍ବନା ଦିଆଯାଇଥିଲା ।

ବିମାନରେ ଯାତ୍ରା କରୁଥିବା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ହ୍ୟାରିସନ୍ ହାଓ, ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କହିଛନ୍ତି, ସେ ସମୟକୁ ଫଟୋରେ ବର୍ଣ୍ଣନା କରିହେବ ନାହିଁ । ହଠାତ ବିମାନ ତଳକୁ ଖସିବା ଆରମ୍ଭ କରିଥିଲା । ଅନ୍ୟ ପ୍ରକାର ଶବ୍ଦ ମଧ୍ୟ ଶୁଣାଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇଉଠିଥିଲେ । ହଠାତ ଶ୍ବାସକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଅକ୍ସିଜେନ ମାସ୍କ ମଧ୍ୟ ଲଗାଇଥିଲେ । ମାତ୍ର କେଇ ମିନିଟ ମଧ୍ୟରେ ସ୍ଥିତି ଏପରି ହୋଇଥିଲା ଯେ, ଏହା ଏକ କ୍ରାସ ବୋଲି ଯାତ୍ରୀମାନେ ଭାବି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ

ମିଳିଥିବା ସୂଚନା ଅନୁସାରେ, ବିମାନଟି ଯାତ୍ରା ଆରମ୍ଭ କରିବାର ମାତ୍ର 43 ମିନିଟ ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । 11 ମିନିଟ୍ ମଧ୍ୟରେ ପ୍ରାୟ 20,000 ଫୁଟକୁ ଖସି ଆସିଥିଲା । ପ୍ରଥମ ତିନି ମିନିଟରେ ଯାତ୍ରା କରୁଥିବା ଉଚ୍ଚତାର 15 ହାଜର ଫୁଟ ତଳକୁ ଦ୍ରୁତଗତିରେ ଖସିଥିଲା ବିମାନ । ବିମାନ 6 ମିନିଟ ମଧ୍ୟରେ ପ୍ରାୟ 18 ହଜାର ଫୁଟ ତଳକୁ ଖସିଥିଲା । ଯାହା ସାଧାରଣ ଟର୍ବୁଲାନ୍ସର ମାତ୍ରାଠାରୁ ବେଶ କେଇ ଗୁଣା ଅଧିକ ଥିଲା । ବିମାନ କର୍ମଚାରୀମାନେ ଯାତ୍ରୀଙ୍କୁ ଭୟଭୀତ ନହେବା ପାଇଁ କହିବା ସହ ସୁରକ୍ଷା ପ୍ରଟୋକଲ ଫଲୋ କରିବା ପାଇଁ ଘୋଷାଣା କରିଥିଲେ । ପ୍ରାୟ 12 ମିନିଟ ଧରି ଏପରି ସ୍ଥିତି ଲାଗି ରହିଥିବା ବେଳେ କେହି ଅସୁସ୍ଥ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.