ETV Bharat / international

Tanzanian ଇନଷ୍ଟାଗ୍ରାମ ଷ୍ଟାର କିଲି ପଲଙ୍କୁ ଆକ୍ରମଣ

author img

By

Published : May 1, 2022, 3:47 PM IST

ବଲିଉଡ ଗୀତରେ ରିଲ୍ସ କରି ସୋସିଆଲ ମିଡ଼ିଆ ଷ୍ଟାର ସାଜିଥିବା କିଲି ପଲଙ୍କୁ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା କିଲି ପଲ୍‌ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

tanzanian instagram sensation kili paul allegedly attacked
ଇନଷ୍ଟାଗ୍ରାମ ଷ୍ଟାର କିଲି ପଲଙ୍କୁ ଆକ୍ରମଣ

ମୋରୋଗୋର: ବଲିଉଡ ଗୀତରେ ରିଲ୍ସ କରି ସୋସିଆଲ ମିଡ଼ିଆ ଷ୍ଟାର ସାଜିଥିବା କିଲି ପଲଙ୍କୁ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା କିଲି ପଲ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଏଥିସହ ସେ ଫଟୋ ମଧ୍ୟ ଜାରି କରିଛନ୍ତି। । ଯେଉଁଥିରେ ସେ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ଆକ୍ରମଣ ଘଟଣାର ସୂଚନା ଦେଇ କିଲି ପଲ୍‌ ଲେଖିଛନ୍ତି "୫ଜଣ ଅଜଣା ବ୍ୟକ୍ତି ମୋ ଉପରେ ଆକ୍ରମଣ କରିଛନ୍ତି । ଡାହାଣ ହାତଗୋଡ଼ ଓ ଅଙ୍ଗୁଳିକୁ ଛୁରୀରେ ଆକ୍ରମଣ କରାଯାଇଛି । କିନ୍ତୁ ଜୀବନ ବଞ୍ଚାଇ ମୁଁ ସେଠାରୁ ପଳାଇ ଆସିଲି । ମୋତେ ବଞ୍ଚାଇ ଥିବାରୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। କିଲି ପଲ୍‌ ଗତ ୨୯ ମାର୍ଚ୍ଚରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏପରିଲେଖି ଜଣାଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି ।''

କିଲି ପଲଙ୍କ ଇନଷ୍ଟାଗ୍ରାମ ଆକାଣ୍ଟରେ 36 ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ନିଜ ଅନ୍ଦାଜରେ ବଲିଉଡ ଗୀତରେ ଲିପ୍ସିଂ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବହୁ ବଲିଉଡ ସେଲିବ୍ରେଟି ମଧ୍ୟ ତାଙ୍କ ଫଲୋଅର୍ସ ଲିଷ୍ଟରେ ରହିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦି 'ମନ କି ବାତ୍'ରେ ତାଙ୍କୁ ପ୍ରଶଂସା କରି ସାରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.