ETV Bharat / international

ଜେଲରେ ମଶା ମାଛି ପାଇଁ କଲବଲ ଇମ୍ରାନ, କହିଲେ ମୋତେ ଏଠୁ ବାହାର କର - ସି କ୍ଲାସ ଜେଲରେ ଇମ୍ରାନ

ସି କ୍ଲାସ ଜେଲରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଓକିଲଙ୍କୁ କହିଲେ ମୋତେ ଶୀଘ୍ର ଏଠୁ ବାହାର କର । ଅଧିକ ପଢନ୍ତୁ

ଜେଲରେ ଇମ୍ରାନ ଖାନ
ଜେଲରେ ଇମ୍ରାନ ଖାନ
author img

By

Published : Aug 10, 2023, 7:59 AM IST

Updated : Aug 10, 2023, 9:33 AM IST

ଇସଲାମବାଦ: ତୋଷାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଟ୍ଟୋକ ଜେଲରେ କଏଦୀ ଅଛନ୍ତି । ତାଙ୍କୁ 'ସି' କ୍ଲାସ ସେଲ୍‌ରେ ରଖାଯାଇଛି । ଯେଉଁଥିପାଇଁ ଇମ୍ରାନଙ୍କୁ ନାନା ହଇରାଣ ହେବାକୁ ପଡୁଛି । ଦିନରେ ମାଛି ହଇରାଣ କରୁଛନ୍ତି ଓ ରାତିରେ ପୋକଜୋକ ପାଇଁ ସେ ଠିକରେ ଶୋଇ ପାରୁନାହାନ୍ତି । ତାଙ୍କୁ ଏଠି ଜମା ଭଲ ଲାଗୁନି । ତେଣୁ ମଶା ମାଛିରେ ଭରା ଏହି ଜେଲରୁ ଶୀଘ୍ର ବାହାର କରିବାକୁ ନିବେଦନ କରିଛନ୍ତି ୭୦ ବର୍ଷୀୟ ଇମ୍ରାନ ଖାନ । ଓକିଲ ତାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ପୋକଜୋକ ଭର୍ତ୍ତି ଏହି ଜେଲରେ ରହିବାକୁ ସେ ଚାହୁଁନାହାନ୍ତି ବୋଲି କହିଥିବାର ଜଣାପଡିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ପିଟିଆଇ ନେତା ଇମ୍ରାନଙ୍କ ଓକିଲ ନଇମ ହାଇଦର ପଞ୍ଜୋଥା ତାଙ୍କୁ ଦେଖା କରିବାକୁ ଅଟ୍ଟୋକ ଜେଲ୍ ଯାଇଥିଲେ । ଏହି ସମୟରେ ଇମ୍ରାନ ଓକିଲଙ୍କୁ କହିଥିଲେ ଯେ, ମୁଁ ଏହି ଜେଲରେ ରହୁବାକୁ ଚାହୁଁନି, ଏଠୁ ମୋତେ ବାହାର କର । ଏଠି ଦିନ ବେଳା ମଶା ଓ ରାତିରେ ପୋକ ଚାଲୁଛନ୍ତି । ଓକିଲ ହାଇଦର ମଧ୍ୟ କହିଛନ୍ତି କି, ଇମ୍ରାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରଖାଯାଇଛି । ତାଙ୍କ ପାଇଁ 'ସି' କ୍ଲାସ ଜେଲର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଇମ୍ରାନ ଖାନଙ୍କ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ପାର୍ଟି ତାଙ୍କୁ ଅଟ୍ଟୋକ ଜେଲରୁ ରାୱଲପିଣ୍ଡିର ଅଦିୟାଲା ଜେଲକୁ ସ୍ଥାନାନ୍ତରିତ କରିବାକୁ ସୋମବାର ହାଇକୋର୍ଟରେ ଆବେଦନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ 'ଏ' କ୍ଲାସ ବାରାକରେ ରଖାଯାଉ ଏବଂ ତାଙ୍କର ପରିବାର ଲୋକେ, ଓକିଲ ଓ ଡାକ୍ତର ଫୈଜଲ ସୁଲତାନଙ୍କୁ ତାଙ୍କ ସହ ଦେଖା କରିବାକୁ ଅନୁମତି ଦେବାକୁ ପିଟିସନରେ ନିବେଦନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ୍

୭୦ ବର୍ଷୀୟ ଇମ୍ରାନ ଖାନା ତୋଷାଖାନା ମାମଲାରେ ଇସଲାମବାଦ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୩ ବର୍ଷର ଜେଲଦଣ୍ଡ ମିଳିଛି । ଗତ ଶନିବାର ଠାରୁ ଗିରଫ ହୋଇ ସେ ଜେଲରେ ଅଛନ୍ତି । ଗତ ତିନି ମାସରେ ଇମ୍ରାନ ଗିରଫ ହେବାର ଏହା ଦ୍ବିତୀୟ ଘଟଣା । ପୂର୍ବରୁ ଗତ ମେ' ୯ ତାରିଖରେ ହାଇକୋର୍ଟ ପରିସରରୁ ତାଙ୍କୁ ଗିରଫ କରାଯାଇଥିଲା । ଏହାକୁ ନେଇ ସେତେବେଳେ ତାଙ୍କର ସମର୍ଥକ ସାରା ଦେଶରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇମ୍ରାନ ଖାନଙ୍କ ବିରୋଧରେ ୧୪୦ରୁ ଅଧିକ ମାମଲା ରୁଜୁ ହୋଇଛି । ଆତଙ୍କବାଦ, ହିଂସା, ଦୁର୍ନୀତି ଓ ହତ୍ୟା ଭଳି ମାମଲା ସବୁ ରହିଛି । ସେହିପରି ଆଗରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ସେ ପ୍ରତିଦ୍ବନ୍ଦିତା କରିବା ନେଇ କୋର୍ଟ ରୋକ୍ ଲଗାଇଛନ୍ତି ।

Last Updated : Aug 10, 2023, 9:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.