ଖାର୍ତ୍ତୋମ: ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ରାଜଧାନୀ ଖାର୍ତ୍ତୋମରେ ସଂଘର୍ଷ ଜାରି ରହିଛି । ଫଳରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଲୋକ ଦେଶ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି । ଏହାରି ଭିତରେ ଦକ୍ଷିଣ ସୁଦାନ ସରକାର ସାତ ଦିନିଆ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ୪ ତାରିଖରୁ ୧୧ ତାରିଖ ଯାଏଁ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏନେଇ ଦକ୍ଷିଣ ସୁଦାନର ବୈଦେଶିକ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
-
Sudan warring parties agree to 7-day truce from May 4 to 11, reports AFP, quoting South Sudan govt
— ANI (@ANI) May 2, 2023 " class="align-text-top noRightClick twitterSection" data="
">Sudan warring parties agree to 7-day truce from May 4 to 11, reports AFP, quoting South Sudan govt
— ANI (@ANI) May 2, 2023Sudan warring parties agree to 7-day truce from May 4 to 11, reports AFP, quoting South Sudan govt
— ANI (@ANI) May 2, 2023
ଏକ ରିପୋର୍ଟରେ କୁହାଯାଇଛି ଯେ, ଜେନେରାଲ୍ ଅବଦେଲ ଫତାହ ଅଲ ବୁରହାନ, ସାର୍ବଭୌମ ପରିଷଦର ଚେୟାରମ୍ୟାନ୍, ଏସଏଏଫର ଚିଫ କମାଣ୍ଡର ଏବଂ ଆରଏସଏଫର ଜେନେରାଲ ମହମ୍ମଦ ହାମଦାନ ଡାଗାଲୋ ନେତା ପ୍ରମୁଖ ସାତଦିନ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ୪ରୁ ୧୧ ତାରିଖ ଯାଏଁ ଏହି ଚୁକ୍ତ ହୋଇଥିବା ବେଳେ କୌଣସି ପ୍ରକାପ ସଂଘର୍ଷ ହେବ ନାହିଁ । ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ସୁଦାନରେ ରକ୍ତପାତ ହେଉଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି । ଏହା ଏକ ପ୍ରକାର ଆଶ୍ବସ୍ତିର ବିଷୟ କୁହାଯାଇପାରେ ।
ରାଷ୍ଟ୍ରପତି ସାଲଭା କିର ଆଇଜିଏଡି ବିଧାନସଭାର ମୁଖ୍ୟ ରହିଛନ୍ତି । ତାଙ୍କୁ ସୁଦାନ ନେତାଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । କାର୍ଯ୍ୟ ନିର୍ବାହୀ ମନ୍ତ୍ରୀ ଯୁଦ୍ଧ ବିରତି ପାଇଁ ଇଜିପ୍ଟ, ଉଗାଣ୍ଡା, କେନିଆ ଏବଂ କାନାଡାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ମାନବୀୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଏହାରି ଭିତରେ ଫସିରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ।
ପ୍ରକାଶଥାଉକି, ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସୂଚନା ଅନୁସାରେ ଏହି ସଂଘର୍ଷରେ ଏଯାବତ୍ 400ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । 3500ରୁ ଅଧିକ ଆହତ ହୋଇଛନ୍ତି । ଏହାରି ଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଆରମ୍ଭ ହୋଇଛି । ଏବେ ସୁଦ୍ଧା ଅଢେଇ ହଜାରରୁ ଅଧିକ ଭାରତୀୟ ଉଦ୍ଧାର ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ