ETV Bharat / international

ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ, ଭାଙ୍ଗିଲା ଘରଦ୍ବାର

author img

By

Published : Sep 11, 2022, 12:02 PM IST

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାପୁଆ ନିଉ ଗିନି । ଏଠାରେ ଆଜି ସକାଳେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ
ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ

ପୋର୍ଟ ମୋରେସବାଏ: ପୂର୍ବାଞ୍ଚଳ ପାପୁଆ ନିଉ ଗିନି(Earthquake hits Papua New Guinea )ରେ ବଡ ଧରଣର ଭୂମିକମ୍ପ । ଆଜି ସକାଳ ୬ଟା ୪୬ ମିନିଟ୍ ସମୟରେ ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ୟୁଏସ୍ ଜିଓଲୋଜିକାଲ ସର୍ଭେ (US Geological Survey) ସୁନାମୀ ଚେତାବନୀ ଜାରି କରିଥିଲା । କିନ୍ତୁ ଏବେ ବିପଦ ଟଳି ଯାଇଥିବା USGS ପକ୍ଷରୁ କୁହାଯାଇଛି ।

ଭୂକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ବିଲ୍ଡିଂ ଗୁଡିକ ସହ ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଉପକୂଳବର୍ତ୍ତୀ ମଦଙ୍ଗର ସହରରେ କିଛି ଘରଦ୍ବାର ଭାଙ୍ଗି ଯାଇଛି ଏବଂ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାର ଖବର ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କୈନାନ୍ତୁ(Kainantu) ସହର ଠାରୁ ୬୭ କିଲୋମିଟର ଦୂର ଭୂପୃଷ୍ଠରୁ ୬୧ କିମି ଗଭୀରରେ ଚିହ୍ନଟ ହୋଇଥିବା US Geological Survey ସୂଚନା ଦେଇଛି ।

ଆଜି ଭୋର୍ ସମୟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଏତେ ଅଧିକ ଯେ ଘରଦ୍ବାର ସବୁ ଦୋହଲିବାକୁ ଲାଗିଥିଲେ । ଏଥିରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । କିଛି ସମୟ ପରେ ଘରଦ୍ବାରରେ ଫାଟ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ହିମାଚଳରେ ଭାରସାମ୍ୟ ହରାଇ ପୋଲକୁ ପିଟିଲା କାର, 5 ମୃତ

୨୦୦୪ ମସିହାରେ ପାପୁଆ ନିଉ ଗିନିର ପଡୋଶୀ ଇଣ୍ଡୋନେସିଆରେ ସବୁଠୁ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୯.୧ ରେକର୍ଡ ହୋଇଥିଲା । ଯେଉଁ କାରଣରୁ ଏଠାରେ ସୁନାମୀ ଆସିବା ଯୋଗୁଁ ୨ ଲକ୍ଷ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର 'ରିଙ୍ଗ ଅଫ୍ ଫାୟାର'(Ring of Fire) ମଧ୍ୟରେ ଆସୁଥିବା ପାପୁଆ ନିଉ ଗିନିରେ ଅନେକ ସମୟରେ ଭୂକମ୍ପ ଆସିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.