ETV Bharat / international

Sri Lanka Crisis: ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ଧମକ

author img

By

Published : Apr 9, 2022, 9:05 AM IST

ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା । ସ୍ଥିତି ଦିନକୁ ଦିନ ଅଧିକ ଉତ୍କଟ ହେଉଥିବା ବେଳେ ଏହାକୁ ମୁକାବିଲା କରିବାରେ ସରକାର ଫେଲ୍ ମାରିଛନ୍ତି । ଯେଉଁ କାରଣରୁ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଧମକ ଦେଇଛି ବିରୋଧୀ ଦଳ । ଅଧିକ ପଢନ୍ତୁ

Sri Lanka Crisis: ସରକାରଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧିଙ୍କ ଧମକ

କଲମ୍ବୋ: ଉତ୍କଟ ଆର୍ଥିକ ସଙ୍କଟ ଶ୍ରୀଲଙ୍କାରେ ହାହାକାର ପକାଇଛି । ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ଆର୍ଥିକ ସଙ୍କଟ ମୁକାବିଲାରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ(Gotabaya Rajapaksa) ଫେଲ୍ ମାରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶବାସୀ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏବେ ବିରୋଧୀ ମଧ୍ୟ ପଛରେ ପଡିଛନ୍ତି । ଶ୍ରୀଲଙ୍କାର ମୁଖ୍ୟ ବିରୋଧି ଦଳ SJB( Samagi Jana Balawegaya) ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଧମକ ଦେଇଛି ।

ଦେଶରେ ଦେଖାଯାଇଥିବା ଆର୍ଥିକ ସଙ୍କଟର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ବିରୋଧୀ ଦଳ କହିଛି । ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା(Sajith Premadasa) କହିଛନ୍ତି, ବର୍ତ୍ତମାନର ସରକାରକୁ ଭାଙ୍ଗି ଏହାକୁ ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା ମଧ୍ୟରେ ବିଭାଜିତ କରାଯିବା ଆବଶ୍ୟକ । ରାଜପକ୍ଷେ ପଦ ଛାଡନ୍ତୁ ବୋଲି ଜନତା କରୁଥିବା ଦାବି ପ୍ରତି ସରକାର ଧ୍ୟାନ ଦେବା ଉଚିତ୍ । ଯଦି ସେ ଏହା ନ କରନ୍ତି ତେବେ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ।

ମିଡିଆ ରିପୋର୍ଟ ମୁତାବକ, SJB ଅନାସ୍ଥା ପ୍ରସ୍ତାବ ପାଇଁ ସାଂସଦଙ୍କ ଦସ୍ତଖସ୍ତ ନେବା ମଧ୍ୟ ଆରମ୍ଭ କରିଦେଇଛି । ରାଜପକ୍ଷେ ପୂର୍ବରୁ ଏକ ମିଳିତ ସରକାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଏସଜେବି ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ରାଜପକ୍ଷେଙ୍କ ନେତୃତ୍ବରେ ଅନ୍ତରୀଣ ସରକାର(interim government) ପ୍ରତିଷ୍ଠା କରିବା ସମ୍ଭବ ନୁହେଁ ବୋଲି ବିରୋଧୀ ଦଳ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.