ETV Bharat / international

ଦେଶରେ ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ! ମାଳଦ୍ବୀପ ପଳାୟନ କରିଥିବା ଚର୍ଚ୍ଚା

ଦେଶ ଛାଡି ମାଳଦ୍ବୀପ ପଳାୟନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା । ସାଙ୍ଗରେ ପତ୍ନୀ ଓ ଅନ୍ୟ କିଛି ଅଙ୍ଗରକ୍ଷୀ ଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Jul 13, 2022, 7:16 AM IST

ଦେଶରେ ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ! ପଳାୟନ କରିସାରିଥିବା ସୂଚନା

କଲୋମ୍ବୋ: ପ୍ରବଳ ଚାପ ମଧ୍ୟରେ ଦେଶ ଛାଡି ପଳାୟନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । ସେ ଶ୍ରୀଲଙ୍କାରେ ନଥିବା ସ୍ଥାନୀୟ କିଛି ଗଣମାଧ୍ୟମରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ସେ ଆତ୍ମଗୋପନ କରିଥିଲେ । ତାଙ୍କର ଅବସ୍ଥିତି ନେଇ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଉନଥିବା ବେଳେ ଗତ ଦୁଇ ଦିନ ତଳେ ସେ ତାଙ୍କ ଇସ୍ତଫା ମଧ୍ୟ ଘୋଷଣା କରିଥିଲେ । ତେବେ ସେ ପତ୍ନୀ ଓ କିଛି ଅଙ୍ଗରକ୍ଷୀଙ୍କ ସହ ଦେଶ ଛାଡି ପଳାଇଥିବା ସୂଚନା ମିଳିଛି । କିନ୍ତୁ ରାଷ୍ଟ୍ରପତିଙ୍କ ପଳାୟନ ନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇନି ।

ଦୁଇ ଦିନ ତଳେ ସେ ଇସ୍ତଫା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିସାରିଥିବା ବେଳେ ଆଜି (13 ତାରିଖ) ସାର୍ବଜନୀନ ଭାବେ ଗୋଟାବାୟା ଇସ୍ତଫା ଘୋଷଣା କରିଥାନ୍ତେ । ଗୃହଯୁଦ୍ଧ ପରିସ୍ଥିତିରେ ସୁରକ୍ଷା ଯୋଗୁ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଅନୁମାନ କରାଯାଉଥିଲା । ଏବେ ସେ ଦେଶ ଛାଡି ପଳାୟନ କରିସାରିଥିବା ପରି ଖବର ସାମ୍ନାକୁ ଆସିଛି ।

ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ କିଛି ଅନୁଗତ ଶ୍ରୀଲଙ୍କା ଛାଡିଛନ୍ତି । ଶ୍ରୀଲଙ୍କା ସେନାର ଏକ ବିମାନରେ ସେ ମାଳଦ୍ବୀପ ଅଭିମୁଖେ ମଧ୍ୟ ଯାତ୍ରା କରିଥିବା କୁହାଯାଉଛି । ଏପରି ସୂଚନା ବିମାନ ବନ୍ଦର ଇମିଗ୍ରେସନ ବିଭାଗ ଠାରୁ ହସ୍ତଗତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ କହିଛି । ଆଜି ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ଇସ୍ତଫା ଘୋଷଣା ହେବାର ଥିଲା । ଇସ୍ତଫା ଦେଇ କାମଚଳା ପ୍ରଧାନନନ୍ତ୍ରୀ ଦାୟିତ୍ବରେ ଥିବା ରନିଲ ବିକ୍ରମସିଙ୍ଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥାନ୍ତେ । ତେବେ ଚଳିତ ମାସ 20 ତାରିଖରେ ନୂତନ ରାଷ୍ଟ୍ରପତି ନିର୍ବାଚନ ହେବା ଯାଏ ସିଙ୍ଘେ ଏହି କାର୍ଯ୍ୟକାରୀ ଦାୟିତ୍ବ ସମ୍ଭାଳିବେ । 20 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ 19 ରେ ନାମାଙ୍କନ ଦାଖଲ ହେବ ।

ଶ୍ରୀଲଙ୍କାରେ ପ୍ରଥମେ ପ୍ରତିବାଦ ଓ ପରେ ବ୍ୟାପକ ହିଂସା ଘଟିଥିଲା । ଆନ୍ଦୋଳନକାରୀମାନେ ରାଜଧାନୀ କଲୋମ୍ବୋରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତି ଭବନକୁ ମଧ୍ୟ ସମ୍ପୂର୍ଣ୍ଣ ଦଖଲକୁ ନେଇଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି 9 ତାରିଖରେ ପୂର୍ବ ସୂଚନା ପାଇ ନିଜ ସରକାରୀ ବାସଭବନ ମଧ୍ୟ ଛାଡି ସାରିଥିଲେ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସେନା କେଉଁଆଡେ ସୁରକ୍ଷିତ ରଖି ଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.