ETV Bharat / international

Sri Lanka Crisis: ଶ୍ରୀଲଙ୍କାରେ ଶପଥ ନେଲେ ନୂଆ ୧୭ ମନ୍ତ୍ରୀ

ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ନେଇ ସରକାରଙ୍କୁ ହଟାଇବାକୁ ଦାବି ଜୋର ଧରିଛି । ଇତିମଧ୍ୟରେ ନୂଆ ୧୭ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By

Published : Apr 19, 2022, 7:56 AM IST

Sri Lanka Crisis: ଶ୍ରୀଲଙ୍କାରେ ଶପଥ ନେଲେ ନୂଆ ୧୭ ମନ୍ତ୍ରୀ
Sri Lanka Crisis: ଶ୍ରୀଲଙ୍କାରେ ଶପଥ ନେଲେ ନୂଆ ୧୭ ମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ସେପଟେ ବିରୋଧି ମଧ୍ୟ ସରକାରଙ୍କୁ ହଟାଇବାକୁ ଅନାସ୍ଥା ପ୍ରସ୍ତାବର ଧମକ ଦେଇଛନ୍ତି । କିନ୍ତୁ ଇସ୍ତଫା ଦେବାକୁ ସ୍ପଷ୍ଟ ମନା କରିଦେଇଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapaksa) ଗାଦି ବଞ୍ଚାଇବା ଚିନ୍ତାରେ ସୋମବାର ୧୭ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । କିଛି ନୂଆ ତଥା ଯୁବ ଚେହେରା କ୍ୟାବିନେଟରେ ସାମିଲ ହୋଇଛନ୍ତି । ସୋମବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଉତ୍କଟ ହେବା ପରେ କିଛି ଦିନ ତଳେ ବହୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ନୂଆ କ୍ୟାବିନେଟ ଗଠନ ପରେ ପୁରୁଣା ମନ୍ତ୍ରମାନେ ରାଜପକ୍ଷେ ପରିବାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଛନ୍ତି । ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ।

ଶ୍ରୀଲଙ୍କା ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଉତ୍କଟ ଅଭାବ ଦେଖାଦେଇଛି । ଆର୍ଥିକ ସଙ୍କଟ ମୁକାବିଲାରେ ସରକାରଙ୍କ ବିଫଳତାକୁ ବିରୋଧ କରି ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବାରୁ ଦେଶ ଅନ୍ୟ ଦେଶରୁ ଆମଦାନୀ କରିପାରୁନାହିଁ । ଏପରିକି ବୈଦଶିକ ଋଣ ସୁଝିବାରେ ଅସମର୍ଥ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ଶ୍ରୀଲଙ୍କା ସରକାର । ସେହିପରି ଉତ୍କଟ ଆର୍ଥିକ ସଙ୍କଟର ପ୍ରଭାବ ଷ୍ଟକ ମାର୍କେଟ ଉପରେ ମଧ୍ୟ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସେୟାର ମାର୍କେଟକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଷ୍ଟକ ମାର୍କେଟ ବନ୍ଦ ରହିବ । ୫ ଦିନ ମଧ୍ୟରେ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.