ETV Bharat / international

ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

author img

By

Published : Sep 3, 2022, 7:30 AM IST

Updated : Sep 3, 2022, 7:41 AM IST

ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ବିମାନ ବନ୍ଦରରେ ସ୍ବାଗତ କଲେ ଦଳୀୟ ନେତା । ଅଧିକ ପଢନ୍ତୁ

ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଫେରିଲେ ଗୋଟାବାୟା ରାଜପକ୍ଷେ(President Rajapaksa returns home) । ଦୁଇ ମାସ ପୂର୍ବେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ଗତକାଲି(ଶୁକ୍ରବାର) ମଧ୍ୟରାତିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବ୍ୟାଙ୍ଗ୍‌କକ୍‌ରୁ ଫେରି କଲମ୍ବୋ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି । ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଙ୍କଟ ଯୋଗୁଁ ଗୋଟାବାୟା ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ଜୁଲାଇ ୧୩ରେ କଲମ୍ବୋ ଛାଡି ଚାଲିଯାଇଥିଲେ ।

ଗୋଟାବାୟା ପ୍ରଥମେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇଥିଲେ । ସେଠାରେ କିଛି ଦିନର ରହଣି ପରେ ପୁଣି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରେ ସେ ଜୁଲାଇ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସିଙ୍ଗାପୁର ସରକାର ତାଙ୍କର ୨୮ ଦିନିଆ ଭିସା ଅବଧି ବୃଦ୍ଧି ନ କରିବା ପରେ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ନିଜର ପତ୍ନୀଙ୍କ ସହ ବ୍ୟାଙ୍ଗକକ୍‌ର ଏକ ଥାଇ ହୋଟେଲରେ ସେ ରହୁଥିଲେ । ଶ୍ରୀଲଙ୍କା ପୋଦୁଇନ ପେରାମୁନାର(SLPP)ର ଅନୁରୋଧ କ୍ରମେ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗୋଟାୟାବାୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଶନିବାର ସେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କର ସୁରକ୍ଷା ପାଇଁ ସେନା ଏବଂ ପୋଲିସ କମାଣ୍ଡଙ୍କୁ ନେଇ ନୂଆ ସୁରକ୍ଷା ଡିଭିଜନ ଗଠନ କରାଯାଇଛି । ଏହାସହିତ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ଅଙ୍ଗରକ୍ଷୀ, ଏକ ଗାଡି ଏବଂ ବାସସ୍ଥାନର ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଜଣାଇଛନ୍ତି ।

ଥାଇଲ୍ୟାଣ୍ଡରେ ରହିବାକୁ ଗୋଟାବାୟାଙ୍କ ନିକଟରେ ୯୦ ଦିନର ଭିସା ଥିଲା । କିନ୍ତୁ ସେ ନିଜ ପତ୍ନୀ, ବଡିଗାର୍ଡ ଓ କିଛି ସହଯୋଗୀଙ୍କ ସହ ଶ୍ରୀଲଙ୍କା ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ତାଙ୍କର ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ଗତ ମାସରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କୁ ସାକ୍ଷାତ କରି ଗୋଟାବାୟାଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେବା ସଙ୍ଗେ ସଙ୍ଗେ ସୁରକ୍ଷା ଯୋଗାଇବାକୁ ନିବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି

ଶ୍ରୀଲଙ୍କା ସ୍ବାଧୀନତା ପରଠୁ ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଖାଦ୍ୟ ପଦାର୍ଥ ଠାରୁ ନେଇ ଜୀବନ ରକ୍ଷାକାରୀ ଔଷଧ ଯାଏଁ ଅତି ଜରୁରୀ ସାମଗ୍ରୀ ପାଇଁ ଦେଶବାସୀ ସଂଘର୍ଷ କରୁଛନ୍ତି । ଏହି ଆର୍ଥିକ ସଙ୍କଟ ପାଇଁ ଶ୍ରୀଲଙ୍କା ଲୋକେ ସରକାରଙ୍କୁ ଦାୟୀ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଉତ୍ୟକ୍ତ ଲୋକେ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ନିଜ ଦେଶରେ ଏଭଳି ଜନ ଆନ୍ଦୋଳନର ଶିକାର ହୋଇ ଗତ ଜୁଲାଇ ୧୩ ତାରିଖରେ ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇ ଯାଇଥିଲେ । ଏହାପରେ ସେ ରାଷ୍ଟ୍ରପତି ପଦ ଛାଡିବା ସହ ତାଙ୍କ ଭାଇ ମଧ୍ୟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Last Updated : Sep 3, 2022, 7:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.