ETV Bharat / international

Sri Lanka Crisis Worsens: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘର ଆଗରେ ବିକ୍ଷୋଭ, ୧୦ ଆହତ

author img

By

Published : Apr 1, 2022, 9:09 AM IST

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ । ସାମ୍ବାଦିକଙ୍କ ସମେତ ୧୦ ଆହତ । ଅଧିକ ପଢନ୍ତୁ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରେ ଆଗରେ ବିକ୍ଷୋଭ, ୧୦ ଆହତ

କୋଲମ୍ବୋ: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ଶ୍ରୀଲଙ୍କା । ଖାଇବାକୁ ଖାଦ୍ୟ ନାହିଁ କି ରୋଷେଇ ପାଇଁ ରନ୍ଧନ ଗ୍ୟାସ ନାହିଁ । ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ଫଳରେ ଅନେକ ଲୋକେ ଚାକିରି ହରାଇ ଏବେ ବେରୋଜଗାର ହୋଇଯାଇଛନ୍ତି । ଏଭଳି ଭୟଙ୍କର ଆର୍ଥିକ ସଙ୍କଟ ପରିଚାଳନାରେ ସରକାରଙ୍କ ବିଫଳତା ନେଇ ଗୁରୁବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ(Gotabaya Rajapaksa)ଙ୍କ ବାସଭବନ ସମ୍ମୁଖରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି । ଯାହା କ୍ରମଶଃ ହିଂସାକାଣ୍ଡର ରୂପ ନେବାରୁ ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ସାମ୍ବାଦିକ ମଧ୍ୟ ଅଛନ୍ତି ।

୬ ଜଣ ଆହତଙ୍କୁ କଲମ୍ବୋ ରାଷ୍ଟ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ୪ ଜଣଙ୍କୁ କଲମ୍ବୋ ସାଉଥ ଟିଚିଂ ହସ୍ପିଟାଲ ନିଆଯାଇଛି । ଏକ ଗଣମାଧ୍ୟମରେ ରିପୋର୍ଟରୁ ଏହି ସୂଚନା ମିଳିଛି । ଯାହା ସୂଚନା ରହିଛି, ଦେଶରେ ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ରାଷ୍ଟ୍ରପତିଙ୍କ ଘର ବାହାରେ ହଜାର ହଜାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିରୋଧ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀ ଶ୍ରୀଲଙ୍କା ସେନାର ଏକ ବସ୍ ଏବଂ ଜିପ୍‌କୁ ନିଆଁ ଲଗାଇ ଦେଇଥିବାର ମଧ୍ୟ ସୂଚନା ମିଳିଛି । ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ କଲମ୍ବୋର କେତେକ ଅଞ୍ଚଳରେ ପୋଲିସ କର୍ଫ୍ୟୁ ଜାରି କରିଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଉତ୍ତର କଲମ୍ବୋ, ଦକ୍ଷିଣ କଲମ୍ବୋ, କଲମ୍ବୋ ସେଣ୍ଟ୍ରାଲ ଏବଂ ନୁଗେଗୋଡା ପୋଲିସ ଡିଜିଜନରେ କର୍ଫ୍ୟୁ ଲାଗିଛି ।

କୋଭିଡ ମହାମାରୀ କାଳରେ ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ର ଭୁଶୁଡି ପଡିବା ଯୋଗୁଁ ଏହାର ଅର୍ଥନୀତି ଅତି ଦୁର୍ବଳ ହୋଇପଡିଥିଲା । ବର୍ତ୍ତମାନ ଏହି ରାଷ୍ଟ୍ରରେ ବିଦେଶୀ ମୁଦ୍ରା ସଙ୍କଟ ସୃଷ୍ଟି ହୋଇଛି । ଯେଉଁ କାରଣରୁ ତୈଳ, ଶକ୍ତି ଏବଂ ଗ୍ୟାସ ଅଭାବ ଦେଖାଯାଇଛି । ବିଜୁଳି ଯୋଗାଣ ବନ୍ଦ ରହିବା ଯୋଗୁଁ ଦିନକୁ ପ୍ରାୟ ୧୦ ଘଣ୍ଟା ଏଠାରେ ପାୱାର କଟ୍ ହେଉଛି । ସେହିପରି ସାମାନ୍ୟ ଖାଦ୍ୟସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କ ମୋଟା ଅଙ୍କର ଟଙ୍କା ଦେବାକୁ ପଡୁଛି । ମାର୍ଚ୍ଚ ୮ ତାରିଖରୁ ଶ୍ରୀଲଙ୍କାର ମୁଦ୍ରା ଆମେରିକା ଡଲାର ତୁଳନାରେ ପାଖାପାଖି SLR 90 ହ୍ରାସ ପାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.