ETV Bharat / international

Sri Lanka Crisis: ଆନ୍ଦୋଳନରେ ସାମିଲ ହେଲେ ଜୟସୁରିୟା, ସମର୍ଥନ କଲେ ସାଙ୍ଗାକାରା-ଜୟବର୍ଦ୍ଧନ - ଶ୍ରୀଲଙରେ ଆର୍ଥିକ ସଙ୍କଟ

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଦେଶର ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ଇସ୍ତଫା ଦେଇଛନ୍ତି । ଏଘଟଣାକୁ ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା ପ୍ରଧନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଆକ୍ଷେପ କରି ଟ୍ବିଟରରେ ସଂସଦ ସମୟର ଫୋଟ ପୋଷ୍ଟ କରି ଲେଖିଛନ୍ତି ଏହା ମିଷ୍ଟର ବିନ ଫିଲ୍ମ ନୁହଁ । ଏହା ବାସ୍ତବିକ ଜୀବନ, ଯାହା ଆପଣ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି ।

Sri Lanka crisis: ଆନ୍ଦୋଳନରେ ସାମିଲ ହେଲେ ଜୟସୂର୍ଯ୍ୟ, ସମର୍ଥନ କଲେ ସାଙ୍ଗାକାରା, ଜୟବର୍ଦ୍ଧନ

author img

By

Published : Jul 9, 2022, 9:29 PM IST

ହାଇଦ୍ରାବାଦ: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ (Ranil Wickremesinghe resigns as Prime Minister of Sri Lanka) । ଦେଶର ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ଇସ୍ତଫା ଦେଇଛନ୍ତି । ତେବେ ସର୍ବଦଳୀୟ ସରକାର ଗଠନ ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ରାନିଲ ବିକ୍ରମସିଂଘେ ।

  • The people are getting agitated. What part of resign or go home don’t you understand Mr. President and Mr. Prime Minister this is not a Mr. BEAN movie this is real life your playing with people lives. #GoHomeGota #GoHomeRanil pic.twitter.com/XGRWXlpGhn

    — Sanath Jayasuriya (@Sanath07) July 9, 2022 " class="align-text-top noRightClick twitterSection" data=" ">

ଗତ ତିନିମାସ ହେବ ଶ୍ରୀଲଙ୍କା ଆର୍ଥିକ ସଙ୍କଟରେ ଘେରି ରହିଛି । ଦେଶରେ ତୈଳ ଅଭାବ ଦେଖାଦେଇଥିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଘୋର ଅଭାବ ଦେଖା ଦେଇଛି । ଏନେଇ ଶ୍ରୀଲଙ୍କା ଜନତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । ସେମାନେ ଆନ୍ଦୋଳନ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।

ସେପଟେ ଆନ୍ଦୋଳନକାରୀଙ୍କ ସହିତ ସାମିଲ ହୋଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା । ଏହି ଆନ୍ଦୋଳନରେ ସାମିଲ ହୋଇ ଜୟସୁରିୟା କହିଛନ୍ତି ମୁଁ ମଧ୍ୟ ଏହି ଆନ୍ଦୋଳନକାରୀ ମାନଙ୍କ ସହିତ ସାମିଲ ହୋଇ ଦେଶର ବର୍ତ୍ତମାନ ପରିସ୍ଥିତିକୁ ବିରୋଧ କରୁଛି । ଶ୍ରୀଲଙ୍କା ଜନତାଙ୍କର ଯେଉଁ ମୁଦ୍ଦା ରହିଛି ସେହି ମୁଦ୍ଦାରେ ମଧ୍ୟ ମୁଁ ଆନ୍ଦୋଳନକାରୀଙ୍କ ସହିତ ଠିଆ ହୋଇଛି ।

ଏହା ସହିତ ତାଙ୍କର ଟ୍ବିଟର ମାଧ୍ୟମରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ବିଟର ମାଧ୍ୟମରେ କହିଛନ୍ତି ଜନତାଙ୍କ ଆନ୍ଦୋଳନ ଜୋର ଧରିଛି , ବିଜୟ ଆମର ତଥା ଜନତାଙ୍କର ହେବ । ଏହା ସହିତ ସେ ପ୍ରଧନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଆକ୍ଷେପ କରି ଟ୍ବିଟରରେ ସଂସଦ ସମୟର ଫୋଟ ପୋଷ୍ଟ କରି ଲେଖିଛନ୍ତି ଏହା ମିଷ୍ଟର ବିନ ଫିଲ୍ମ ନୁହଁ । ଏହା ବାସ୍ତବିକ ଜୀବନ, ଯାହା ଆପଣ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି ।

ଏହା ସହିତ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଏବଂ ମାହେଲା ଜୟବର୍ଦ୍ଧନ ମଧ୍ୟ ଜୟସୁରିୟାଙ୍କ ସହିତ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ବିରୋଧରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀମାନେ ଏବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ତାଙ୍କ ନିବାସକୁ ଘେରି ନେଇଛନ୍ତି । ତାଙ୍କ ଘର ଭାଙ୍ଗିବା ସହିତ ପୋଲିସ ସୁରକ୍ଷା ବଳୟକୁ ମଧ୍ୟ ଅବମାନନା କରି ତାଙ୍କ ସୁଇମିଂ ପୁଲରେ ଲୋକ ଗଧୋଇଥିବା ଦେଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.