ETV Bharat / international

Sri Lanka crisis: ପଳାୟନ ଉଦ୍ୟମ ବେଳେ ବିମାନ ବନ୍ଦରରେ ପୂର୍ବତନ ଅର୍ଥମନ୍ତ୍ରୀ ଅଟକ - ଶ୍ରୀଲଙ୍କା ସଙ୍କଟ

ଶ୍ରୀଲଙ୍କାରୁ ପଳାୟନ ଉଦ୍ୟମ କରୁଛନ୍ତି ରାଜନେତା । ବିମାନ ବନ୍ଦରରୁ ଧରାପଡିଲେ ପୂର୍ବତନ ଅର୍ଥମନ୍ତ୍ରୀ । ଦୁବାଇ ଯିବା ପାଇଁ କରୁଥିଲେ ପ୍ରୟାସ । ଅଧିକ ପଢନ୍ତୁ

Sri Lanka crisis: ପଳାୟନ ଉଦ୍ୟମ ବେଳେ ବିମାନ ବନ୍ଦରରେ ପୂର୍ବତନ ଅର୍ଥମନ୍ତ୍ରୀ ଅଟକ

author img

By

Published : Jul 12, 2022, 1:32 PM IST

କଲୋମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଗୃହଯୁଦ୍ଧରେ ପରିବର୍ତ୍ତିତ ହୋଇସାରିଛି । ସାଧାରଣ ଜନତା ତଥା ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ବର୍ତ୍ତିବା ଲାଗି ଜଣେ ପରେ ଜଣେ ରାଜନେତା ପଳାୟନ କରିବା ସହ ଆତ୍ମଗୋପନ କରିବାକୁ ବାଧ୍ୟ ହେଉଛନ୍ତି । ଶ୍ରୀଲଙ୍କାର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପାକସେ ମଧ୍ୟ ପଳାୟନ ଉଦ୍ୟମ କରୁଥିବା ବେଳେ ବିମାନ ବନ୍ଦରରେ ଧରା ପଡିବା ସହ ଅଧିକାରୀଙ୍କ ଦ୍ବାରା ଅଟକ ରହିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ରାଜପାକସେ ଗତକାଲି (ସୋମବାର) ମଧ୍ୟରାତ୍ରିରେ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରର ଭିଆଇପି ଟର୍ମିନାଲରେ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିବା ଏକ ବିମାନରେ ବୋର୍ଡିଂ ପାଇଁ ଉଦ୍ୟମ କରୁଥିଲେ । ସେଠାରେ କାର୍ଯ୍ୟରତ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ସେ ପୂର୍ବତନ ଅର୍ଥମନ୍ତ୍ରୀ ବୋଲି ଜଣାପଡିଥିଲା । ପରେ ତାଙ୍କୁ ଯାତ୍ରା କରିବାକୁ ଦିଆଯାଇନଥିବା ମଧ୍ୟ ସୂଚନା ମିଳିଛି । ଦେଶ ବାହାରକୁ ଯାତ୍ରା ବିଫଳ ହେବା ପରେ ତାଙ୍କୁ ଅଧିକାରୀମାନେ ଘରକୁ ଫେରାଇ ଦେଇଛନ୍ତି ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ମଧ୍ୟ ନିଜ ଇସ୍ତଫା ଘୋଷଣା କରିସାରିଥିଲେ ସୁଦ୍ଧା, ନିଜର ଅବସ୍ଥିତି ନେଇ କିଛି ସ୍ପଷ୍ଟ କରିନାହାନ୍ତି । ସେହିପରି ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଓ ଅନ୍ୟ କିଛି ବରିଷ୍ଠ ରାଜନେତା ମଧ୍ୟ ସୁରକ୍ଷା କାରଣରୁ ଆତ୍ମଗୋପନ କରିଛନ୍ତି । ଦେଶର ରାଷ୍ଟ୍ରପତି ଭବନ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଆନ୍ଦୋଳନକାରୀଙ୍କ କବଜାରେ ରହିଛି । ବିଭିନ୍ନ ସ୍ଥାନରେ ନିର୍ବାଚିତ ଜନ ପ୍ରତିନିଧିମାନେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣର ଶିକାର ହେବାରେ ଲାଗିଲେଣି । ସ୍ଥିତିକୁ ଦେଖି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରି ଶୀର୍ଷ ନେତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଗୋପନୀୟତା ପୂର୍ବକ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.