ETV Bharat / international

ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା, ଏବେ ବି ୫୦୦ ଲୋକଙ୍କ ମିଳୁନି ପତ୍ତା

author img

By

Published : Jun 17, 2023, 12:00 PM IST

Updated : Jun 17, 2023, 12:16 PM IST

ଭୂମଧ୍ୟ ସାଗରରେ ଜାହାଜ ବୁଡିବା ଘଟଣା । ମିଳିଲା ୭୮ ଜଣଙ୍କର ମୃତଦେହ । ଏବେ ବି ପ୍ରାୟ ୫୦୦ ଲୋକ ସମୁଦ୍ରରେ ନିଖୋଜ । ଅଧିକ ପଢନ୍ତୁ

ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା
ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା

ଏଥେନ୍ସ: ଗ୍ରୀସ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ଜାହାଜ ବୁଡିବା ଘଟଣା । ଏବେ ବି ପ୍ରାୟ ୫୦୦ ଲୋକ ସମୁଦ୍ରରେ ନିଖୋଜ ଅଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟୁଏନର ଶରଣାର୍ଥୀ ଏଜେନ୍ସି (UNHCR) ଏବଂ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ (IOM) ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ମିଳିତ ବିବୃତ୍ତିରେ ଅନୁସାରେ, ଜାହାଜରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି, ତଥାପି ୪୦୦ରୁ ୭୫୦ ଜଣ ଶରଣାର୍ଥୀ ଯାତ୍ରା କରୁଥିବା ଅନୁମାନ କରାଯାଉଛି ।

ଜାତିସଂଘ କହିଛି ଯେ, ବର୍ତ୍ତମାନ ସୁଦ୍ଧା ୧୦୪ ଜଣଙ୍କୁ ଉଦ୍ଧାର କରାଯାଇଛି । ପାଣିରୁ ୭୮ ଜଣଙ୍କର ମୃତଦେହ ମିଳିଛି । ଶତାଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି । ଗତ ୧୩ ତାରିଖ ସକାଳେ ପ୍ରବାସୀଙ୍କୁ ନେଇ ଯାଉଥିବା ଉକ୍ତ ଜାହାଜଟି ଭୂମଧ୍ୟ ସାଗରରେ ବୁଡି ଯାଇଥିଲା । ଏହି ଖବର ମିଳିବା ପରେ ଗ୍ରୀକ ହେଲେନିକ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ଗ୍ରୀକର କାଲାମାଟି ବନ୍ଦରକୁ ନିଆଯାଇଥିଲା । ଲିବ୍ୟାରୁ ଯାତ୍ରା ଆରମ୍ଭ କରିଥିବା ଏହି ଜାହାଜରରେ ଅଧିକାଂଶ ଇଜିପ୍ଟ, ସିରିୟା ଓ ପାକିସ୍ତାନର ନାଗରିକ ଥିଲେ ।

ଉଭୟ UNHCR ଓ IOM ଦକ୍ଷିଣ ଗ୍ରୀସର କାଲାମାଟିରେ ସ୍ଥାନୀୟ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର ହୋଇଥିବା ଲୋକଙ୍କୁ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ କରୁଛି । ସେମାନଙ୍କୁ ଅଣ ଖାଦ୍ୟ ସାମଗ୍ରୀ, ହାଇଜେନିକ କିଟ ଦିଆଯିବା ସହ କାଉନସେଲିଂ କରାଯାଉଛି । ଅବିଳମ୍ବେ ସମୁଦ୍ରରୁ ସଂକଟାପନ୍ନ ଲୋକଙ୍କୁ ରକ୍ଷା କରିବା ଇଣ୍ଟରନ୍ୟାସନାଲ ମାରିଟାଇମ ଲ'ର ମୂଳ ନିୟମ । ବିପଦରେ ପଡିଥିବା ଲୋକଙ୍କୁ ତାଙ୍କର ଜାତୀୟତା, ଷ୍ଟାଟସ୍ ଓ ପରିସ୍ଥିତକୁ ଖାତିର ନକରି ସହାୟତା କରିବା ଉଚିତ୍ ବୋଲି ଜାତିସଂଘ ଏଜେନ୍ସି ଗୁଡିକ କହିଛନ୍ତି ।

ତେବେ ଭୂମଧ୍ୟ ସାଗର ଦୁନିଆର ସବୁଠୁ ବିପଦପୂର୍ଣ୍ଣ ମାର୍ଗ ପ୍ରମାଣିତ ହୋଇଛି । ବର୍ଷକୁ ବର୍ଷ ଏଠାରେ ଏଭଳି ଅଘଟଣ ଘଟି ଶତାଧିକ ପ୍ରାଣହାନି ହେଉଛି । ଏପରି ସ୍ଥଳେ ଭୂମଧ୍ୟ ସାଗରରେ ଥିବା ଦେଶଗୁଡିକ ଏକାଠି ହୋଇ ସର୍ଚ୍ଚ ଓ ରେସ୍କ୍ୟୁ କାର୍ଯ୍ୟରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି IOM ଏମର୍ଜେନ୍ସି ଡିପାର୍ଟମେଣ୍ଟ ଡାଇରେକ୍ଟର କହିଛନ୍ତି । ଗ୍ରୀକ ପ୍ରଧାନମନ୍ତ୍ରୀ କହିଛନ୍ତି, କାହିଁକି ବୋଟ ସମୁଦ୍ରରେ ବୁଡିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।

ପ୍ରକାଶଥାଉ କି, ମଧ୍ୟ ପୂର୍ବ, ଏସିଆ ଓ ଆଫ୍ରିକାରୁ ଶରଣାର୍ଥୀ ଓ ପ୍ରବାସୀମାନଙ୍କ ପାଇଁ ୟୁରୋପୀୟ ୟୁନିଅନର ଏକ ପ୍ରମୁଖ ମାର୍ଗ ହେଉଛି ଗ୍ରୀସ୍ । ଗତ ମାସରେ ଗ୍ରୀକ ସରକାର ଏକ ଭିଡିଓକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ଶିକାର ହୋଇଥିଲେ । ଭିଡିଓରେ ପ୍ରବାସୀମାନଙ୍କୁ ବଳପୂର୍ବକ ସମୁଦ୍ର ମାର୍ଗରେ ବାହାର କରାଯାଉଥିବା ଦେଖାଯାଇଥିଲା ।

Last Updated : Jun 17, 2023, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.