ETV Bharat / international

Sri Lanka Crisis: ଭାରତକୁ ବଡଭାଇ କହି ସହାୟତା ଲୋଡିଲେ କ୍ରିକେଟର ଜୟସୁରିଆ

ସ୍ବାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଏହି ସଙ୍କଟରୁ ଉଦ୍ଧାର ପାଇଁ ଭାରତର ସହାୟତା ଲୋଡିଛନ୍ତି ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିଆ । ଭାରତକୁ ପଡ଼ୋଶୀ ଓ ବଡ଼ଭାଇ ବୋଲି ଅଭିହିତ କରିଛନ୍ତି ଜୟସୁରିଆ । ଅଧିକ ପଢନ୍ତୁ

Sri Lanka Crisis: ଭାରତକୁ ବଡଭାଇ କହି ସହାୟତା ଲୋଡିଲେ କ୍ରିକେଟର ଜୟସୁରିଆ
Sri Lanka Crisis: ଭାରତକୁ ବଡଭାଇ କହି ସହାୟତା ଲୋଡିଲେ କ୍ରିକେଟର ଜୟସୁରିଆ
author img

By

Published : Apr 7, 2022, 10:22 AM IST

Updated : Apr 7, 2022, 3:49 PM IST

କଲମ୍ବୋ: ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସହ ଲାଗି ରହିଛି ରାଜନୈତିକ ଅସ୍ଥିରତା । କ୍ରମଶଃ ଜଟିଳ ହେବାରେ ଲାଗିଛି ଜୀବନ । ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସ୍ବାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଏହି ସଙ୍କଟରୁ ଉଦ୍ଧାର ପାଇଁ ଭାରତର ସହାୟତା ଲୋଡିଛନ୍ତି ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିଆ । ଭାରତକୁ ପଡ଼ୋଶୀ ଓ ବଡ଼ଭାଇ ବୋଲି ମଧ୍ୟ ସେ ଅଭିହିତ କରିଥିବା ଦେଖିବାକୁ ମିଳିଛି ।

ଗଣମାଧ୍ୟମକୁ ସାକ୍ଷାତକାରରେ ଦେଶର ସ୍ଥିତିକୁ ଦୁର୍ଭାଗ୍ୟଜନକ କହିଛନ୍ତି ଜୟସୁରିଆ । ବର୍ତ୍ତମାନ ସ୍ଥିତିରେ ତିଷ୍ଠିବା ବହୁତ କଷ୍ଟକର ହୋଇପଡ଼ିଛି । ଭାରତ ସର୍ବଦା ଶ୍ରୀଲଙ୍କାକୁ ସାହାଯ୍ୟ କରିଆସିଛି ବୋଲି କହିବା ସହ ଏଥିପାଇଁ ଭାରତ ତଥା ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟସୁରିଆ ।

ସେ ଆହୁରି ମଧ୍ୟ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ବଞ୍ଚିବା ସହଜ ନୁହେଁ । ଭାରତ ଏବଂ ଅନ୍ୟାନ୍ୟ ଦେଶ ସାହାଯ୍ୟରେ ଆମେ ଏହି ସଙ୍କଟରୁ ବାହାରକୁ ଆସିବାକୁ ଆଶା କରିଛୁ । ଲୋକମାନେ ଯନ୍ତ୍ରଣା ଭୋଗୁଥିବାରୁ ବାହାରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛନ୍ତି । ଯଦି ସମ୍ପୃକ୍ତ ବ୍ୟକ୍ତି ଏହାକୁ ସଠିକ୍ ଭାବରେ ସମାଧାନ ନକରନ୍ତି, ତେବେ ଏହା ଏକ ବିପର୍ଯ୍ୟୟରେ ପରିଣତ ହେବ । ଏହି ଅର୍ଥନୈତିକ ସଙ୍କଟ ବର୍ତ୍ତମାନର ସରକାରକୁ ସମସ୍ତ ଦାୟୀ କରାଯିବ ବୋଲି ମଧ୍ୟ ଜୟସୁରିଆ ମତ ଦେଇଛନ୍ତି ।

@ANI

Last Updated : Apr 7, 2022, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.