ETV Bharat / international

ବିବାହ ବନ୍ଧନରେ ବାନ୍ଧି ହେଲେ ଶାହିଦ ଆଫ୍ରିଦିଙ୍କ ଝିଅ ଆକ୍ସା

author img

By

Published : Jan 1, 2023, 9:01 AM IST

ପୂର୍ବ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ବଡ଼ ଝିଅ ଆକ୍ସା ଆଫ୍ରିଦିଙ୍କର ବିବାହ ହୋଇଛି । କରାଚିରେ ପାକିସ୍ତାନର ପରିଚିତ ଆକ୍ଟର ନସୀର ନାସିର ଖାନଙ୍କୁ ବିବାହ କରିଛନ୍ତି ଆକ୍ସା । ଅଧିକ ପଢ଼ନ୍ତୁ

ଶାହିଦ ଆଫ୍ରିଦିଙ୍କ ବଡ଼ ଝିଅ ଆକ୍ସାଙ୍କ ବିବାହ
ଶାହିଦ ଆଫ୍ରିଦିଙ୍କ ବଡ଼ ଝିଅ ଆକ୍ସାଙ୍କ ବିବାହ

ହାଇଦ୍ରାବାଦ: ପୂର୍ବ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ବଡ଼ ଝିଅ ଆକ୍ସା ଆଫ୍ରିଦିଙ୍କର ୩୦ ଡିସେମ୍ବରରେ ବିବାହ ହୋଇଛି । ଆକ୍ସାଙ୍କ ବିବାହ କାର୍ଯ୍ୟକ୍ରମ କରାଚିରେ ଆୟୋଜିତ ହୋଇଥିଲା । ସେ ପାକିସ୍ତାନର ପରିଚିତ ଆକ୍ଟର ନସୀର ନାସିର ଖାନଙ୍କୁ ବିବାହ କରିଛନ୍ତି । ଏଥିରେ ପାକିସ୍ତାନର ଦ୍ରୁତ ବୋଲର ତଥା ଶାହିଦ ଆଫ୍ରିଦିଙ୍କ ଭାବି ଜ୍ବାଇଁ ଶାହୀନ ଶାହ ଆଫ୍ରିଦି ମଧ୍ୟ ଉପସ୍ଥିତ ଥିଲେ ।

ଶାହୀନ ଆଫ୍ରିଦି ଆସନ୍ତା ଫେବୃଆରୀ ମାସରେ ଶାହିଦ ଆଫ୍ରିଦିଙ୍କର ଦ୍ବିତୀୟ ଝିଅ ଅଂଶାଙ୍କୁ ବିବାହ କରିବେ । ଏହି ବିବାହ ସମାରୋହ ମଧ୍ୟ କରାଚିରେ ଆୟୋଜିତ ହେବ । ଏହାପରେ ଆସନ୍ତା PSL ଲିଗ୍‌ରେ ଭାଗ ନେବେ ଶାହୀନ ଆଫ୍ରିଦି । ୪୫ ବର୍ଷୀୟ ଶାହିଦ ଆଫ୍ରିଦିଙ୍କର 5 ଝିଅଙ୍କ ମଧ୍ୟରୁ ଅଂଶାଙ୍କର ଜନ୍ମ ୧୫ ଡିସେମ୍ବର ୨୦୦୧ରେ ହୋଇଥିଲା । ତେବେ ତାଙ୍କର ସୁନ୍ଦରତା କାରଣରୁ ସୋ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.