ଫ୍ଲୋରିଡା: ଆମେରିକାର ଫ୍ଲୋରିଡା ସହରରେ ଆତତାୟୀ ଗୁଳିମାଡ କରିଛନ୍ତି । ଏହି ଘଟଣାରେ 10 ଜଣ ଲୋକ ଆହତ ହୋଇଛନ୍ତି । ଲେକଲ୍ୟାଣ୍ଡ ପୋଲିସ ସୂଚନା ଅନୁସାରେ ଆହତ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପୋଲିସ ବିଭାଗ ପ୍ରମୁଖ ସାମ ଟେଲର କହିଛନ୍ତି ଗୋଟିଏ ଗାଡିଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଗାଡିର ଗତି ଧିମା ହୋଇଗଲା । ଗାଡିରେ ଥିବା ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଏହାପରେ ଆତତାୟୀ ଜଣଙ୍କ ଫେରାର ହୋଇଯାଇଛି । ପୋଲିସ ସେହି ଗାଡିରୁ ଖୋଜିବାକୁ ପ୍ରୟାସ ଆରମ୍ଭ କରି ଦେଇଛି । ସ୍ଥାନୀୟ ସମୟ ଅନୁସାରେ 3ଟା 43ରେ ଲୋୱା ଉତ୍ତର ଏବଂ ପ୍ଲୁମ ଷ୍ଟ୍ରିଟରେ ଏହି ଗୁଳିକାଣ୍ଡ ଘଟିଛି । ସମସ୍ତ ପୀଡିତ 20ରୁ 35 ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: 46 ମୃତ, 150 ଆହତ
ମିଡିଆ ରିପୋର୍ଟ ଅନୁସାରେ ଏହି ଗୁଲିକାଣ୍ଡରେ 20ରୁ 35 ବର୍ଷୀୟ ପୁରୁଷ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ ହାତରେ କିଛି ନିଶାଦ୍ରବ୍ୟ ଲାଗିଛି । ଯାହା ଇଙ୍ଗିତ କରୁଛି ଏଠାରେ ନିଶାଦ୍ରବ୍ୟ କାରବାର ଚାଲିଥିଲା । ପୋଲିସ ଅଧିକାରୀ କହିଛନ୍ତି 34 ବର୍ଷ କ୍ୟାରିଅରରେ ଏହି ପରି ଘଟଣା କେବେ ଦେଖିନାହିଁ ଯେଉଁଠି ଏକାସଙ୍ଗରେ ଏତେ ଲୋକଙ୍କ ଉପରେ ଗୁଳିମାଡ ହୋଇଛି । ଲେକଲାଣ୍ଡରେ ଏହିପରି ଗୁଳିକାଣ୍ଡ କେବେ ହୋଇନାହିଁ ।
ଏହା ବି ପଢନ୍ତୁ...ଜେରୁସାଲେମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ
ପ୍ରକାଶ ଥାଉ କି, ଗତକାଲି (ସୋମବାର) ଦକ୍ଷିଣ ଆଫ୍ରିକାର ଇଣ୍ଟର୍ଣ୍ଣ କେପ ପ୍ରଦେଶରେ ଏକ ଜନ୍ମଦିନ ଉତ୍ସବରେ ଭୟଙ୍କର ଗୁଳିକାଣ୍ଡ ହୋଇଥିଲା । ଏଥରେ 8 ଜଣଙ୍କର ମୃତ୍ୟୁ ହୋଇଛି । 3 ଜଣ ଗୁରୁତର ହୋଇଛନ୍ତି । 2ଜଣ ଆତତାୟୀ ଘରେ ପଶି ଅଚାନକ ଗୁଳି ଚଳାଇଥିଲେ । ଜାନୁଆରୀ 28 ତାରିଖରେ ଜେରୁସାଲେମରେ ଏକ ଗୁଳିକାଣ୍ଡ ଘଟିଥିଲା । ଏକ ପ୍ରାର୍ଥନାସଭାରେ ଆତତାୟୀଙ୍କ ଗୁଳିମାଡରେ 7ଜଣଙ୍କର ମୃତ୍ୟୁ ହୋଇଥିଲା ।