ETV Bharat / international

Stampede In Yemen Capital: ଆର୍ଥିକ ସହାୟତା ବଣ୍ଟନ ବେଳେ ଦଳାଚକଟା, 85 ମୃତ

author img

By

Published : Apr 20, 2023, 7:27 AM IST

Updated : Apr 20, 2023, 9:35 AM IST

ଆର୍ଥିକ ସହାୟତା ବଣ୍ଟନ ବେଳେ ଦଳାଚକଟା ଯୋଗୁଁ 85 ଲୋକଙ୍କ ମୃତ୍ୟୁ । ୟୈମେନର ରାଜଧାନୀରେ ଘଟିଛି ଏପରି ଦୁଃଖଦ ଘଟଣା ଘଟିଛି । ଅଧିକ ପଢନ୍ତୁ

Yemen Capital
Yemen Capital

ସନା: ୟୈମେନର ରାଜଧାନୀରେ ଅଭାବନୀୟ ଘଟଣା । ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ 85 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା । ଏନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ହାଉଚି ଦ୍ବାରା ପରିଚାଳିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନୁଯାୟୀ, ''ସନାର ମଧ୍ୟଭାଗରେ ଥିବା ଓଲ୍ଡ ସିଟିରେ ବୁଧବାର ରାତିରେ ବ୍ୟବସାୟୀଙ୍କ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶହ ଶହ ଗରିବ ଲୋକ ସାମିଲ ହୋଇଥିଲେ । ଏଠାରେ ସହାୟତା ବଣ୍ଟନ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଯେଉଁଥି ପାଇଁ ପ୍ରାୟ 85 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 300ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ମୃତ୍ୟୁ ସଂଖ୍ୟା ଆଗକୁ ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି ।''

ଏହା ମଧ୍ୟ ପଢନ୍ତୁ-Sudan Clashes: ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ୫୬ ମୃତ ୧୮୩ ଆହତ

''ଏହି ଘଟଣାରେ ମନ୍ତ୍ରଣାଳୟର ମୁଖପାତ୍ର ବ୍ରିଗ ଅବଦେଲ ଖଲେକ ଅଲ ଆଗ୍ରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତା ସହଯୋଗ ବିନା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ତୀବ୍ର ନିନ୍ଦା କରିଛନ୍ତି । ଇଦୁଲ ଫିତରର କିଛି ଦିନ ପୂର୍ବରୁ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁଃଖ ଦାୟକ’’ ବୋଲି କହିଛନ୍ତି ବ୍ରିଗ ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ତାଲିକାରେ ଆମେରିକାର ବାଣିଜ୍ୟ ସଚିବ, କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ

ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ମୋଟାହର ଅଲ-ମାରୁନି କହିଛନ୍ତି ଯେ, ''ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଆହତଙ୍କ ମଧ୍ୟରୁ 13 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା।''

ଏହା ମଧ୍ୟ ପଢନ୍ତୁ-ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର, ଆଜି ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ନେପାଳ ରାଷ୍ଟ୍ରପତି

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆକାଶରେ ଫାଙ୍କା ଗୁଳି ଚଳାଯାଇଥିଲା । ଏହି ଗୁଳି କୌଣସି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା ଟ୍ରାନ୍ସଫର୍ମରରେ ବାଜିବାରୁ ବିସ୍ଫୋରଣ ହୋଇଥଲା । ଏହାପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଜୀବନ ବଞ୍ଚାଇବା ପାଇଁ ଯିଏ ଜୁଆଡେ ପାରିଥିଲା ସିଆଡେ ଧାଇଁଥିଲା । ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ଘଟଣାକୁ ନେଇ 2ଜଣ ଆୟୋଜକଙ୍କୁ ଅଟକ ରଖାଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Last Updated : Apr 20, 2023, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.