ETV Bharat / international

ନେପାଳରେ ନଦୀକୁ ଖସିଲା ଯାତ୍ରୀବାହି ବସ, ୮ ମୃତ - ନେପାଲରେ 8 ଜଣଙ୍କ ମୃତ୍ୟୁ ଓ ୧୫ ଜଣ ଗୁରୁତର

ନେପାଲରେ ନଦୀକୁ ଖସି ଦୁର୍ଘଟଣା ଶିକାର ହେଲା ଯାତ୍ରୀବାହି ବସ । 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଥିବା ସୂଚନା ମିଳିଛି ଅଧିକ ପଢନ୍ତୁ ।

ନେପାଲରେ ନଦୀକୁ ଖସିଲା ଯାତ୍ରୀବାହି ବସ
ନେପାଲରେ ନଦୀକୁ ଖସିଲା ଯାତ୍ରୀବାହି ବସ
author img

By ETV Bharat Odisha Team

Published : Aug 23, 2023, 9:04 PM IST

କାଠମାଣ୍ଡୁ : ନଦୀକୁ ଖସି ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବସ୍‌ । ନେପାଳରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ପାଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଆଜି (ବୁଧବାର) ନେପାଳରେ ଏକ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ୍‌ ନେପାଳର ପୋଖନରାଠାରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହି ବସ୍‌ଟି ଭାରସାମ୍ୟ ହରାଇ ଧାଡିଙ୍ଗି ଜିଲ୍ଲାର ଚାଲିସେ ଠାରେ ତ୍ରୀସୁଲି ନଦୀକୁ ଖସି ପଡିଥିଲା । ସଙ୍ଗେସେଙ୍ଗେ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଦୁର୍ଘଟଣାକୁ ନେଇ ଡିଏସ୍‌ପି ସାନ୍ତୁଲାଲ ପ୍ରସାଦ ଜୈଶ୍ବର କହିଛନ୍ତି ବର୍ତ୍ତମାନ ସୁଧା ୮ ଜଣଙ୍କ ମୃତଦେହ ଦଦ୍ଧାର ହୋଇଥିବା ବେଳେ 15 ଜଣ ଗୁରୁତର ଅଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଆଗକୁ ମୃତ୍ୟୁସଂଖ୍ୟା ବଢିପରେ ବୋଲି ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ତ୍ରିସୁଲି ନଦୀରେ ବସ୍‌ଟି ପାଣିରେ ବୁଡିଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ଅଧିକ ଅଛି । ଉଦ୍ଧାରକାରୀ ଦଳ ବହୁ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ଅବସ୍ଥାରେ ବାହାର କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କିଛିଙ୍କୁ ଖୋଜିବା ପାଇଁ ଦଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି । ଲଗାତାର ବର୍ଷା ଯୋଗୁଁ ନଦୀ ଫୁଲି ଯାଇଛି ଯାହାଫଳରେ ଉଦ୍ଧାରକାର୍ଯ୍ଯ ବାଧାପ୍ରାପ୍ତ ହେଉଛି ।

ଏହା ମଧ୍ୟ ପଢନ୍ତୁ..Army vehicle plunges in Ladakh: ନଦୀକୁ ଖସିଲା ସେନା ଟ୍ରକ 9 ଯବାନ ଶହୀଦ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବରୁ ହିମାଚଳ ପ୍ରଦେଶରେ 100ମିଟର ଗଭୀର ଘାଇକୁ ଖସି ପଡିଥିଲା ଏକ ବୋଲେରୋ ଗାଡି଼ । ଘଟଣାସ୍ଥଳରେ 6ଜଣ ହିମାଚଳ ପ୍ରଦେଶ ପୋଲିସ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ଏବଂ 3 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲା ତୀସାଠାରୁ ବୈରାଗଡ ଯିବା ରାସ୍ତାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ, ଏକ ବୋଲେରୋ ଗାଡ଼ି ଭିତରେ 11 ଜଣ ଲୋକ ବସିଥିଲେ । 9ଜଣ ପୋଲିସ କର୍ମଚାରୀ, ଜଣେ ଗାଡି଼ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଲୋକ ଗାଡ଼ିରେ । ଏହି ସମୟରେ ଗାଡିଟି ଅଚାନକ ଭାରସ୍ଯାମ ହରାଇ ଏକ 100 ମିଟର ଗଭୀର ଘାଇ ଭିତରକୁ ଖସି ପଡିଥିଲା । ତେବେ ଘଟଣାସ୍ଥଳରେ ହିଁ 6 ଜଣ ପୋଲିସ ସମେତ ଗାଡ଼ି ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଗାଡ଼ିରେ ଥିବା ଅନ୍ୟ 3 ଜଣ ପୋଲିସ ସମେତ ଜଣେ ସ୍ଥାନୀୟ ଲୋକ ଗୁରୁତର ଭାବରେ ଆହତ ହୋଇଥିଲେ । ସେମାନଙ୍କୁ ଜବାହାରଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.