ETV Bharat / international

Tibet Avalanche: ତିବ୍ବତରେ ଭୟଙ୍କର ହିମସ୍ଖଳନ, 8 ମୃତ ଅନେକ ନିଖୋଜ

author img

By

Published : Jan 20, 2023, 7:58 AM IST

ତିବ୍ବତର ନିଙ୍ଗଚି ସହରରେ ବଡ଼ ଧରଣର ହିମସ୍ଖଳନ । ଏଥିରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ସୂଚନା । ଅଧିକ ପଢ଼ନ୍ତୁ

tibet avalanche
ତିବ୍ବତରେ ହିମସ୍ଖଳନ

ଲାହାସା: କରାଳ ରୂପ ଦେଖାଇଛି ପ୍ରକୃତି । ତିବ୍ବତରେ ବଡ଼ ଧରଣର ହିମସ୍ଖଳନ । ତିବ୍ବତର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ନିଙ୍ଗଚି ସହରରେ ହିମସ୍ଖଳନ ଯୋଗୁଁ ଅତି କମରେ 8 ଜଣଙ୍କ ମୃତ୍ୟୁ ଘଟଛି । ଏଥିରେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ରାଜପଥରେ ଥିବା ସୁଡ଼ଙ୍ଗ ନିକଟରେ ଏହି ଅଘଟଣ ଘଟିଛି । ମୃତାହତଙ୍କୁ ଉଦ୍ଧାର ପାଇଁ ଚୀନ ସରକାର ଟିମ ପଠାଇଥିଲେ ।

ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ 8ଟା ସମୟରେ ମେନଲିଙ୍ଗର ପାଏ ଗ୍ରାମ ଏବଂ ମେଡୋଗ ସ୍ଥିତ ଡକ୍ସଙ୍ଗ ଲା ଟନେଲର ପ୍ରସ୍ଥାନ ମଧ୍ୟବର୍ତ୍ତି ସ୍ଥାନରେ ଏକ ବରଫ ଅତଡା ଖସି ପଡ଼ିଥିଲା । ଏହି ସମୟରେ କିଛି ଯାନ ସହ ଲୋକ ମଧ୍ୟ ଫସିରହିଥିଲେ । ସୂଚନା ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁବାର ଗ୍ଲୋବାଲ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି ଯେ, ଉଦ୍ଧାର କାର୍ଯ୍ୟରେ ମୋଟ 131 ଉଦ୍ଧାରକାରୀ ଏବଂ 28 ଆପାତକାଳୀନ ଯାନ ନିୟୋଜିତ ହୋଇଥିଲେ । ସେହିପରି ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ମଧ୍ୟ ଏକ ଟିମ ପଠାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବୈଜ୍ଞାନିକଙ୍କ କମାଲ୍: ଆଉ ହେବେନି ବୁଢା, 50ରେ ବି ରହିବ 30 ବର୍ଷର ଚମକ !

ତେବେ ଏଥିରେ କେତେଜଣ ନିଖୋଜ ଅଛନ୍ତି ତାହା ଜଣାପଡ଼ିନାହିଁ । ସରକାରୀ ଅଧିକାରୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ପ୍ରକାଶ କରାଯାଇନାହିଁ । ବୁଧବାର ଅପରାହ୍ନ 5.30 ସୁଦ୍ଧା ଜରୁରୀକାଳୀନ ଉଦ୍ଧାର ମୁଖ୍ୟାଳୟ 246 ଉଦ୍ଧାରକାରୀ, 70ରୁ ଅଧିକ ଗାଡ଼ି ଏବଂ ଉଦ୍ଧାରକାର୍ଯ୍ୟ ପାଇଁ ଉପକରଣ ପଠାଇଥିଲା । ସୁରକ୍ଷାବାହିନୀ ବରଫ ଗୁଡ଼ିକୁ ହଟାଇ ସେଥିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ପ୍ରାୟ 350 ମିଟର ଖନନ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: BBC Documentary: ବ୍ରିଟିଶ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବାହାରିଲେ ସୁନକ

ସୂଚନା ଥାଉକି, ନିକଟରେ ଜମ୍ମୁ କାଶ୍ମୀର ଗାଣ୍ଡବାଲ ଜିଲ୍ଲାର ସୋନମାର୍ଗରେ ବରଫ ଅତଡା ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିର କିଛି ଆହତ ହୋଇଥିବା ସୂଚନା । ନିଳଗ୍ରଥ ନିକଟରେ ଥିବା ଜୋଜିଲା ଟନେଲ ଉପରେ ବରଫ ଅତଡା ଖସି ହିମସ୍ଖଳନ ହୋଇଥିଲା । ଟନେଲ ନିକଟରେ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତବର୍ଷ ନଭେମ୍ବରରେ ଜମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ହିମସ୍ଖଳନରେ ହୋଇଥିଲା । କୁପୱାଡା ମାଛିଲ ସେକ୍ଟର ଅଲମୋରାମ ପୋଷ୍ଟରେ ହିମସ୍ଖଳ ଘଟିବା ଯୋଗୁଁ 3 ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.