ETV Bharat / international

ପାକିସ୍ତାନରେ ପୁଲଓ୍ୱାମା ଷ୍ଟାଇଲ୍ ଆତ୍ମଘାତୀ ବିସ୍ଫୋରଣ: 9 ପୋଲିସ ମୃତ, 11 ଆହତ - ବିସ୍ଫୋରଣରେ ଥରିଲା ପାକିସ୍ତାନ

ବିସ୍ଫୋରଣରେ ଥରିଲା ପାକିସ୍ତାନ । ବିସ୍ଫୋରକ ଭର୍ତ୍ତି ଯାନ ପୋଲିସ ଗାଡିକୁ ଧକ୍କା ଦେବା ଫଳରେ 9ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

bombing in Paks Balochistan
bombing in Paks Balochistan
author img

By

Published : Mar 6, 2023, 6:07 PM IST

ଇସଲାମବାଦ: ବାଲୁଚିସ୍ତାନରେ ପୋଲିସ ଟିମ ଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ । ୯ ଜଣ ପୋଲିସଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଥିବା ସୂଚନା । ଆଜି ଏହି ବିସ୍ଫୋରଣ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ଜଣେ ମୋଟରସାଇକେଲ ଆରୋହୀ ବୋମା ନେଇ ଯାଉଥିବା ବେଳେ ପୋଲିସ ଟ୍ରକକୁ ପଛୁପଟୁ ଧକ୍କା ଦେଇଥିଲା । ଫଳରେ ବିସ୍ଫୋରଣ ହୋଇ ପୋଲିସ ଟ୍ରକଟି ଓଲଟି ପଡିଥିଲା । ବର୍ତ୍ତମାନ ସୁଦ୍ଧା ୯ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନୀୟ ଗଣମାଧ୍ୟମର ସୂଚନାଅନୁସାରେ, କ୍ବେଟାରର ପୂର୍ବରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ସିବବୀ ନଗରୀ ଏବଂ କଚ୍ଛ ସୀମାନ୍ତବର୍ତ୍ତୀ ବୋଲାନ ଅଞ୍ଚଳରେ ଥିବା କାମ୍ରି ସେତୁ ଉପରେ ଏହି ଅଘଟଣ ହୋଇଛି । ପୋଲିସ କର୍ମଚାରୀ ଡ୍ୟୁଟିରୁ ଫେରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

କଚ୍ଛିର ବରିଷ୍ଠ ପୋଲିସ ସୁପରିଟେଣ୍ଡେଣ୍ଟ ମହମ୍ମଦ ନୋଟେଜାଇ କହିଛନ୍ତି, "ବିସ୍ପୋରଣରେ ଆହତ ହୋଇଥିବା କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଦାୟୀ କରାଯାଇ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Toshakhana case: ସଂଧ୍ୟା ସୁଦ୍ଧା ଗିରଫ ହେବେ ଇମ୍ରାନ ! ଲାହୋରସ୍ଥିତ ବାସଭବନରେ ଇସଲାମାବାଦ ପୋଲିସ

ଫେବୃଆରୀ ୧୨ ତାରିଖରେ ଏହିପରି ଅପରୂପ ଘଟଣା ସାମ୍ନାକୁ ଆସିଥିଲା । ସେନା ଗାଡ଼ିକୁ ଧକ୍କା ଦେଇଥିଲା ବିସ୍ଫୋରକ ଭର୍ତ୍ତି ଯାନ । ଏଥିରେ ପ୍ରାୟ 3 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ । ଶନିବାର ପାକିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।

ଉତ୍ତର ପାକିସ୍ତାନର ୱାଜିରିସ୍ତାନର ଆଦିବାସୀ ଜିଲ୍ଲାରେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ସୁରକ୍ଷାକର୍ମୀଙ୍କ ଗାଡିକୁ ଏକ ବିସ୍ଫୋରକ ଭର୍ତ୍ତି ତିନି ଚକିଆ ଗାଡି ଧକ୍କା ଦେଇଥିଲା । ବିସ୍ଫୋରଣ ଘଟିବା ଯୋଗୁଁ ତିନି ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ କର୍ମଚାରୀ ଆହତ ହୋଇଥିଲେ। ଡ୍ୟୁଟି ସରିବା ପରେ ପେଟ୍ରୋଲିୟମ କର୍ମଚାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ନିଜ କ୍ୟାମ୍ପ୍‌କୁ ଫେରୁଥିବା ବେଳେ ଏହି ଅଘଟଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.