ETV Bharat / international

ପାକିସ୍ତାନ ସେନା କ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ: 20 ରୁ ଅଧିକ ଯବାନ ମୃତ - ପାକିସ୍ତାନ ସେନା

Suicide Bombing at Pakistan Army base: ପାକିସ୍ତାନର ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ 20ରୁ ଅଧିକ ଯବାନ ମୃତ । 27 ରୁ ଅଧିକ ଆହତ । ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ‘ପାକିସ୍ତାନୀ ତାଲିବାନ’ । ଅଧିକ ପଢନ୍ତୁ

ପାକିସ୍ତାନ ସେନା କ୍ୟାମ୍ପରେ ଆତ୍ମଘାତୀ ଆତଙ୍କୀ ଆକ୍ରମଣ: 20 ରୁ ଅଧିକ ଯବାନଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Dec 12, 2023, 6:09 PM IST

ହାଇଦ୍ରାବାଦ (ପାକିସ୍ତାନ) : ପାକିସ୍ତାନର ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପାକିସ୍ତାନ ସେନାର ପ୍ରାୟ 23 ଯବାନଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଜି ସକାଳେ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଖାଇବର ପଖତୁନ ପ୍ରଦେଶର ଡେରା-ଇସମୈଲ ଖାନ ଜିଲ୍ଲାରେ ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଏକାଧିକ ଆତଙ୍କବାଦୀ ସୁଇସାଇଡ ବମ ମାଧ୍ୟମରେ ଆକ୍ରମଣ କରିଥିବା ଜଣାପଡିଛି । କ୍ୟାମ୍ପରେ ଥିବା ପାକିସ୍ତାନ ସେନାର ପ୍ରାୟ 23 ଯବାନ ପ୍ରାଣ ହରାଇବା ସହ ବହୁ ଯବାନ ଆହତ ହୋଇଛନ୍ତି । ଏହି ଆକ୍ରମଣ ‘ପାକିସ୍ତାନୀ- ତାଲିବାନ’ ପକ୍ଷରୁ କରାଯାଇଥିବା ଦାବି ହୋଇଛି ।

ସ୍ଥାନୀୟ ଅଧିକାରୀ ଓ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାମ୍ପରେ ସେନାର ଯବାନମାନେ ଶୋଇଥିବା ବେଳେ ପ୍ରାୟ ଭୋର ସମୟରେ ଏହି ଅତର୍କିତ ଆକ୍ରମଣ ହୋଇଛି । କ୍ୟାମ୍ପରେ ହଠାତ ବିସ୍ଫୋରଣ ହୋଇଥିଲା । ଜଣେ କିମ୍ବା ଏକାଧିକ ଆତଙ୍କବାଦୀ ସୁଇସାଇଡ ବମ ସହ କ୍ୟାମ୍ପରେ ଅନୁପ୍ରବେଶ କରି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ 23 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ସେନା ଯବାନ ହୋଇଥିବା ନେଇ ପ୍ରାୟତଃ ସନ୍ଦେହ କରାଯାଉଛି । ଅନ୍ୟ 27 ରୁ ଅଧିକ ଯବାନ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ମଧ୍ୟ ଅଛନ୍ତି । ଘଟଣାସ୍ଥଳରେ ଅଧିକ ଫୋର୍ସ ପହଞ୍ଚିଛନ୍ତି । ଆକ୍ରମଣର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ମନୋନୀତ ପରେ ରାଜ୍ୟପାଳଙ୍କୁ ଭେଟିଲେ ଭଜନଲାଲ ଶର୍ମା

ଗତ ଜାନୁଆରୀ ମାସରେ ପେଶାଓ୍ବାରର ଏକ ମସଜିଦରେ ପ୍ରାର୍ଥନା ଜାରି ରହିଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ସମେତ 80ରୁ ଅଧିକ ପାକିସ୍ତାନୀ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା । ପ୍ରାୟ ଶତାଧିକ ଏଥିରେ ଗୁରୁତର ହୋଇଥିଲେ । ସେତେବେଳେ ଏହି ଆକ୍ରମଣ ପାଇଁ ମଧ୍ୟ ନିଜକୁ ଦାୟୀ କରିଥିଲା ଆତଙ୍କୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) । ଏହି ଆତଙ୍କବାଦୀ ସଂସ୍ଥା ‘ତାଲିବାନ’ର ଏକ ଶାଖା ସଂଗଠନ ଭାବେ ପାକିସ୍ତାନରୁ ସଞ୍ଚାଳିତ ହେଉଛି । ଏହା ପରେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାବର୍ତ୍ତୀ ଏରିଆରେ ଥିବା ଏକାଧିକ TTP ଆଡ୍ଡା ଉପରେ ମଧ୍ୟ ଆକ୍ରମଣ କରିଥିଲା । ଏଥିରେ ଏକାଧିକ ଆତଙ୍କୀ ନିପାତ ହୋଇଥିବା ପାକିସ୍ତାନ ସେନା ଦାବି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.