ETV Bharat / international

ଚିକାଗୋ ଗୁଳିକାଣ୍ଡର ଅଭିଯୁକ୍ତ 22 ବର୍ଷୀୟ ସ୍ଥାନୀୟ ଯୁବକ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି - shooting in Chicago

ଚିକାଗୋରେ ଗୁଳିକାଣ୍ଡର ଅଭିଯୁକ୍ତ ଜଣେ 22 ବର୍ଷୀୟ ସ୍ଥାନୀୟ ଯୁବକ । ଗିରଫ କଲା ପୋଲିସ । ସ୍ବାଧୀନତା ଦିବସରେ ଅତର୍କିତ ଆକ୍ରମଣ ନେଇ ଜାରି ରହିଛି ଜେରା । ଅଧିକ ପଢନ୍ତୁ

ଚିକାଗୋ ଗୁଳିକାଣ୍ଡର ଅଭିଯୁକ୍ତ 22 ବର୍ଷୀୟ ସ୍ଥାନୀୟ ଯୁବକ, ମୃତ୍ୟୁ ସଂଖ୍ୟା 6 କୁ ବୃଦ୍ଧି

author img

By

Published : Jul 5, 2022, 8:18 AM IST

ଓ୍ବାଶିଂଟନ: ଗତକାଲି ଆମେରିକୀୟ ସହର ଚିକାଗୋରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣେ 22 ବର୍ଷୀୟ ସ୍ଥାନୀୟ ଯୁବକ ଓ ତାର ନାମ ରବର୍ଟ-ଇ ବୋଲି ସ୍ପଷ୍ଟ କରିଛ ପୋଲିସ । ଅଭିଯୁକ୍ତ ଜଣଙ୍କ କେଉଁ କାରଣରୁ ଅତର୍କିତ ଭାବେ ଗୁଳି ଚଲାଇଲା ତାକୁ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ଜେରା ଜାରି ରହିଛି । ଗତକାଲି 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି । ପ୍ରାୟ 16 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସ୍ବାଧୀନତା ଦିବସରେ ଚିକାଗୋ ପରେଡ ଗ୍ରାଉଣ୍ଡରେ ଏହି ଗୁଳିକାଣ୍ଡ ହୋଇଥିଲା । ପ୍ରଥମେ ଏପରି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଥିଲା । ତ୍ବରାନ୍ବିତ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରାଯିବା ପରେ ସେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ତେବେ ଆମେରିକାରେ ଗୁଳିକାଣ୍ଡ ମଧ୍ୟ କିଛି ନୂଆ ଘଟଣା ନୁହେଁ । ନିକଟ ଅତୀତରେ ମଧ୍ୟ ଏପରି ଅତର୍କିତ ଆକ୍ରମଣରେ ବହୁ ଆମେରିକୀୟ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.