ETV Bharat / international

Shooting in Mexico: ବାରରେ ଗୁଳିକାଣ୍ଡ, 6 ମୃତ

ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରେ ମେକ୍ସିକୋର ଏକ ବାରରେ ଗୁଳିକାଣ୍ଡ । ଅଧିକ ପଢନ୍ତୁ

Shooting in Mexico
Shooting in Mexico
author img

By ETV Bharat Odisha Team

Published : Sep 17, 2023, 1:49 PM IST

ମେକ୍ସିକୋ ସିଟି: ମେକ୍ସିକୋର ଏକ ବାରରେ ଆତତାୟୀଙ୍କ ଗୁଳିମାଡ । ଗୁଳିମାଡରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ମେକ୍ସିକୋର ପଶ୍ଚିମ ଜାଲିସ୍କୋ ସ୍ଥିତ ଏକ ବାରରେ ଗୁଳିକାଣ୍ଡ ଘଟିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମେକ୍ସିକାନ ସ୍ବାଧୀନତା ଦିବସ ପାଳନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଗୁଳିମାଡ ହୋଇଥିଲା ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ବାରରେ ଗୁଳିକାଣ୍ଡ ଘଟିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ମେକ୍ସିକୋର ସବୁଠାରୁ ବଡ ଅପରାଧିକ ଗୋଷ୍ଠୀ ସହ ଜଡିତ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ ଘଟଣାକୁ ନେଇ ହିଂସାକାଣ୍ଡ ଘଟିଥିଲା । ତେବେ ଗୁଳିକାଣ୍ଡରେ କେତେ ଜଣ ଆହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଦୁଇ ଗୋଷ୍ଠୀ ମଧ୍ୟରେ କିଏ ଗୁଳିମାଡ କରିଥିଲା ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ପାରିନି । ପୋଲିସର ତଦନ୍ତ ପରେ ଅପରାଧିଙ୍କୁ ଗିରଫ କରାଯିବ ।

ଏହା ମଧ୍ୟ ପଢନ୍ତୁ-ମେକ୍ସିକୋରେ ଗୁଳିକାଣ୍ଡ: ୧୦ କାର୍ ରେସର ମୃତ, ୯ ଆହତ

ମେ 21 ତାରିଖେର ମେକ୍ସିକୋରେ ଗୁଳିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କାର୍ ରେସିଂ ଚାଲିଥିବା ବେଳେ ହଠାତ୍ ପହଞ୍ଚି ଆଖିବୁଜା ଗୁଳିବର୍ଷଣ କରିଥିଲେ ଦୁର୍ବୃତ୍ତ । ଏହି ଗୁଳିମାଡରେ ଅତିକମରେ 10 ଜଣ ରେସରଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଥିଲେ । ଉତ୍ତର ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆରେ ଏଭଳି ବର୍ବରୋଚିତ କାଣ୍ଡ ଘଟିଥିଲା । ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡରେ 10 କାର୍ ରେସର୍ ଆଖି ବୁଜିଥିଲେ । ସ୍ଥାନୀୟ ଷ୍ଟେଟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ

ଏହା ମଧ୍ୟ ପଢନ୍ତୁ-ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ଆମେରିକା ଓ ମେକ୍ସିକୋରେ ଗୁଳିକାଣ୍ଡ ଘଟଣା ନିତିଦିନିଆ ହୋଇଗଲାଣି । କିଛି ଦିନ ପୂର୍ବରୁ ଉତ୍ତର ମେକ୍ସିକୋର ଏକ ଜେଲ୍‌ରେ ଭିତରେ ଗୁଳିମାଡ ହୋଇଥିଲେ । ଏଥିରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା । ମେ 7 ତାରିଖରେ ଆମେରିକାର ଟେକ୍ସାସରେ ଥିବା ଏକ ସପିଂ ମଲରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣା ହାଇଦ୍ରାବାଦର ଜଣେ ଯୁବତୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.