ETV Bharat / international

Cyclone Sitrang: ବାଂଲାଦେଶରେ ସିତ୍ରାଙ୍ଗ ତାଣ୍ଡବ, ନେଲାଣି 35 ଜୀବନ

author img

By

Published : Oct 26, 2022, 8:49 AM IST

ବାଂଲାଦେଶରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ବାତ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 35 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଧିକ ପଢ଼ନ୍ତୁ

several killed as cyclone sitrang made landfall in bangladesh
ବାଂଲାଦେଶରେ ସିତ୍ରାଙ୍ଗ ତାଣ୍ଡବ, ନେଲାଣି 35 ଜୀବନ

ଢାକା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ସୃଷ୍ଟି କରିଛି । ବାତ୍ୟା ପ୍ରଭାବରେ ବାଂଲାଦେଶର ଦକ୍ଷିଣ ଉପକୂଳ ଏବଂ ମଧ୍ୟ ଭାଗରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 35 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ପବନ ପାଇଁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବା ସହ ଅନେକ ଘର ଭାଙ୍ଗିଯାଇଛି । ବାତ୍ୟା ସିତ୍ରାଙ୍ଗ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ବାଂଲାଦେଶର ବରିସାଲ ଉପକୂଳ ଅଞ୍ଚଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା ।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ବଡବଡ ଗଛ, ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାୱାର ଧରାଶାୟୀ ହୋଇପଡ଼ିଛି । 10 ହଜାରରୁ ଅଧିକ ଘର ଭାଙ୍ଗିଛି ଓ 6 ହଜାରରୁ ଅଧିକ ହେକ୍ଟରରେ ଫସଲ ନଷ୍ଟ ହୋଇଛି । ପ୍ରବଳ ବର୍ଷା ହେବାଦ୍ବାରା ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଂଲାଦେଶର କାକ୍ସ ବାଜାର ତଟରୁ ପାଖାପାଖି ହଜାର ହଜାର ଲୋକ ଓ ପଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବାତ୍ୟା ସିତ୍ରାଙ୍ଗର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି 56 କିଲୋମିଟରରେ ଗତିରେ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଦେଇ ବାତ୍ୟା ବାଂଲାଦେଶ ଛୁଇଁଛି । ଏହା ପ୍ରଭାବରେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଉପକୂଳ ଅଞ୍ଚଳ ଏବଂ ପୂର୍ବ ମେଦିନିପୁରରେ ମଧ୍ୟମରୁ ଭାରି ଧରଣର ବର୍ଷା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Cyclone Sitrang: ତ୍ରିପୁରାରରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୫୦୦ରୁ ଊର୍ଦ୍ଧ୍ୱ ଘର

ସୋମବାର ରାତିରେ ସିତ୍ରାଙ୍ଗ ଅବପାତରେ ପରିଣତ ହେବାପରେ ବାଂଲାଦେଶର ସିଲହଟ ଜିଲ୍ଲା ଦେଇ ଭାରତର ଉତ୍ତର-ପୂର୍ବାଞ୍ଚଳରେ ପ୍ରବେଶ କରିଛି । ଏହା ପ୍ରଭାବରେ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ପବନ ହୋଇଛି। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଜଣେ ଲୋକ ଆହତ ହୋଇଛନ୍ତି । ବାତ୍ୟାରେ ପ୍ରାୟ ୫୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ଉପୁଡିଥିବା ବେଳେ ବହୁ ଗଛ ଭାଙ୍ଗିଛି । ଏହି ଗଛ ଗୁଡ଼ିକ ବିଦ୍ୟୁତ୍‌ ଖୁଣ୍ଟ ଓ ଘର ଉପରେ ପଡ଼ିବା ଦ୍ବାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ରିପୋର୍ଟ ଅନୁସାରେ ତ୍ରିପୁରାର ସେପାହିଜାଲା ଜିଲ୍ଲା ବାଂଲାଦେଶ ସୀମାରେ ରହିଥିବାରୁ ଅଧିକ ପ୍ରଭାବ ଏଠାରେ ଦେଖାଦେଇଛି । ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ପ୍ରାୟ ୨୬ଟି ଘର ଆଂଶିକ ଭାବେ ଭାଙ୍ଗିଥିବା ବେଳେ ଗୋମାତିରେ ୪୦ଟି ଘର ଭାଙ୍ଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.