ତେହରାନ: ଇରାନରେ ଭୟଙ୍କର ଭୂକମ୍ପ । ଶନିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇରାନର ଖୋଇ ସହର । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ପରବର୍ତ୍ତି ସମୟରେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ହୋଇପାରୋ ବୋଲି ଅନୁମାନ କରାଯାଉଛି ।
-
#UPDATE | Iran: Seven dead, 440 injured so far in a 5.9-magnitude earthquake that struck the city of Khoy in northwestern Iran, reports Iran's media
— ANI (@ANI) January 28, 2023 " class="align-text-top noRightClick twitterSection" data="
">#UPDATE | Iran: Seven dead, 440 injured so far in a 5.9-magnitude earthquake that struck the city of Khoy in northwestern Iran, reports Iran's media
— ANI (@ANI) January 28, 2023#UPDATE | Iran: Seven dead, 440 injured so far in a 5.9-magnitude earthquake that struck the city of Khoy in northwestern Iran, reports Iran's media
— ANI (@ANI) January 28, 2023
ସୂଚନାଅନୁସାରେ, ଭାରତର ସମୟ ଗତକାଲି ବିଳମ୍ବିତ ରାତି ୧୧.୪୪ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଖୋଇଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗର ୧୪ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ଖୋଇରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ପ୍ରଭାବ ଆଖପାଖ ସହର ଉପରେ ମଧ୍ୟ ପଡିଥିଲା । ଇରାନର ଆଜିରବାଇଜାନ ଉପରେ ଅଧିକ ପ୍ରଭାବ ରହିଥିଲା । ପୂର୍ବ ଆଜିରବାଇଜାନ ଏବଂ ତାବରିଜରେ ଅଧିକ କ୍ଷୟକ୍ଷତି ଘଟାଇଛି ଏହି ଭୂକମ୍ପ । ତେବେ ବର୍ତ୍ତମାନ ସୁଦ୍ଧା ୭ ଜଣ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ହସ୍ତଗତ ହୋଇଛି । ଭୂକମ୍ପ ପରଠାରୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାରଣରୁ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ପାହାଡି ପ୍ରଦେଶର ନିଆରା ପ୍ରଥା: ବରଯାତ୍ରୀ ନେଇ ଆସେ କନ୍ୟା, ବିବାହ ପରେ ଶ୍ୱଶୁର ଘରେ ଯାଏ ବର
ପ୍ରକାଶଥାଉକି, ଏହା ପୂର୍ବରୁ ଜୁଲାଇ ମାସରେ ଦକ୍ଷିଣ ଇରାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଗତ ଜୁଲାଇ ୨ ତାରିଖରେ ଭୋର 3ଟା 2 ମିନିଟ ସମୟରେ ଦକ୍ଷିଣ ଇରାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା 6.0 ରେକର୍ଡ କରାଯାଇଥିବା ବେଳେ ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଏହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 26.86 ରହିଥିବାବେଳେ ଦ୍ରାଘିମା 55.41 ରହିଥିଲା । ତେବେ ଏହି ଶକ୍ତିଶାଳୀ ଭୂକମ୍ପରେ ଅନୁନ୍ୟ ୩ଜଣ ପ୍ରାଣ ହରାଇଥିଲେ । ଦକ୍ଷିଣ ଇରାନ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ତାଣ୍ଡବ ରଚାଇଥିଲା ଭୂକମ୍ପ ।