ETV Bharat / international

Philippines Floods: ଫିଲିପାଇନ୍ସରେ ପ୍ରକୃତିର ତାଣ୍ଡବ, 17 ମୃତ - ଫିଲିପାଇନ୍ସରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି

ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି । 17 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 5 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Philippines Floods
Philippines Floods
author img

By

Published : Jan 14, 2023, 1:10 PM IST

ମନିଲା: ଫିଲିପାଇନ୍ସରେ ପ୍ରକୃତିର କରାଳ ରୂପ । ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାପରେ ରଚିଛି ତାଣ୍ଡବ । ବନ୍ୟା ଯୋଗୁଁ ଅତି କମରେ 17 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ 5 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Hindu Temple Attacked in Australia: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ଆକ୍ରମଣ

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଜାନୁୟାରୀ 1 ତାରିଖରୁ ଫିଲିପାଇନ୍ସରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ଦେଖାଦେଇଛି । ଏଥିରେ 2 ଜଣ ନିଖୋଜ ଥିବାବେଳେ 7 ଜଣ ଆହତ ହୋଇଥିବା କୁହାଯାଉଛି । ଫିଲିପାଇନ୍ସର 13ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ମୁଖ୍ୟତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ ଫିଲିପାଇନ୍ସ କ୍ଷତିଗ୍ରସ୍ତ ହୋଇଛି । କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ବ୍ୟାପକ ଚାଷଜମି ନଷ୍ଟ ହୋଇଯାଇଛି । ଏପରିକି ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଥିବା କୁହାଯାଉଛି । ଖ୍ରୀଷ୍ଟମାସ ସପ୍ତାହରୁ ଫିଲିପାଇନ୍ସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Tornado Hits America: ଆମେରିକା ଉପରେ ପ୍ରକୃତି କୋପ, ଘୂର୍ଣ୍ଣିଝଡ଼ ତାଣ୍ଡବରେ ଗଲା 7 ଜୀବନ

ଏଜେନ୍ସି ସୂଚନା ଅନୁଯାୟୀ, ବନ୍ୟା ବିପର୍ଯ୍ୟୟ ଯୋଗୁଁ ପ୍ରାୟ 70 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । 120ରୁ ଅଧିକ ଆଶ୍ରୟ ସ୍ଥଳରେ ଏମାନଙ୍କୁ ରଖାଯାଇଛି । ଦକ୍ଷିଣ ମିଣ୍ଡାନାଓ କ୍ଷେତ୍ରର ମଧ୍ୟ ଫିଲିପାଇନ୍ସର ଚାରୋଟି ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଗତ ଶୁକ୍ରବାର ସକାଳେ ପ୍ରକାଶିତ ଏକ ବିବୃତିରେ ରାଜ୍ୟ ପାଣିପାଗ କେନ୍ଦ୍ର ସତର୍କ ରହିବାକୁ ପରାମର୍ଶ ଦେଇଛି । ମଧ୍ୟ ଲୁଜୋନ ଅଞ୍ଚଳରେ 115,562 ଲୋକ ପ୍ରଭାବିତ ହୋଇଥିବା ବେଳେ ମିମାରୋପାରେ 130,168 ଲୋକ ପ୍ରଭାବିତ ହୋଇଛନ୍ତି । ସେହପରି ଦାବେ ଅଞ୍ଚଳରେ 80,082 ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଫିଲିପାଇନ୍ସରେ 192 ଘର ଭାଙ୍ଗି ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.