ETV Bharat / international

ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ: 3 ମୃତ, 11ଆହତ - ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ

ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ ଘଟି 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ
ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ
author img

By

Published : Nov 26, 2022, 8:44 AM IST

ବ୍ରାସିଲିଆ: ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11ଜଣ ଆହତ ହୋଇଥିବା ସୂଚନା । ଏନେଇ ଶୁକ୍ରବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏସପିରିଟୋ ସାଣ୍ଟୋର ଗଭର୍ଣ୍ଣର ।

  • Com tristeza soube do ataque as escolas de Aracruz, Espírito Santo. Minha solidariedade aos familiares das vítimas dessa tragédia absurda. E meu apoio ao governador @Casagrande_ES na apuração do caso e amparo para as comunidades das duas escolas atingidas.

    — Lula (@LulaOficial) November 25, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ବନ୍ଧୁକଧାରୀ ଜଣକ ସେମି ଅଟୋମେଟିକ ବନ୍ଧୁକ ସହ ସ୍କୁଲରେ ଗୁଳିକାଣ୍ଡ କରିଥିବା ଜଣାପଡିଛି । ଗୁଳିକାଣ୍ଡ ସମୟର ସମ୍ପୁର୍ଣ୍ଣ ଚିତ୍ର ସିସିଟିଭିରେ କୟଦ ହୋଇଛି । ତେବେ ଗୁଳିକାଣ୍ଡ କରିଥିବା ବନ୍ଧୁକଧାରୀ ମୁହଁ ଢାଙ୍କିଥିବା ବେଳେ ମିଲିଟାରି ପୋଷାକ ପିନ୍ଧିଥିବା ଫୁଟେଜରେ ଦେଖାଯାଇଛି । ଏହି ଆକ୍ରମଣ ରାଜଧାନୀରୁ 50 ମାଇଲ ଦୂରରେ ଆରାକ୍ରୁଜର ଦୁଇଟି ସ୍କୁଲରେ ହୋଇଛି । ସୁଟରଙ୍କ ବୟସ 16 ବର୍ଷ ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Kendrapara firecracker mishap: ଚିକିତ୍ସାଧିନ ଅବସ୍ଥାରେ ବାଣୁଆ ମୃତ

ଏସପିରିଟୋ ସାଣ୍ଟୋର ଗଭର୍ଣ୍ଣର ଟ୍ବିଟକରି କହିଛନ୍ତି," ପ୍ରିମୋ ବିଟି ସ୍କୁଲ, ପ୍ରାଇଆ ଦେ କ୍ୟୁରେଲ ଏଜୁକେସନ ସେଣ୍ଟରେ ଗୁଳିକାଣ୍ଡ ହୋଇଛି । ଆକ୍ରାକ୍ରୁଜର ଦୁଇଟି ସ୍କୁଲରେ ଗୁଳିକାଣ୍ଡ କରିଥିବା ଦୁର୍ବୃତ୍ତକୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ମୁଁ ଦୁଃଖିତ । ଏହି ଗୁଳିକାଣ୍ଡ ଘଟଣାକୁ ନେଇ ମୁଁ 3 ଦିନ ଶୋକ ଦିବସ ଘୋଷଣା କରିଛି । ଏନେଇ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ପ୍ରକୃତ କାରଣ ସ୍ପଷ୍ଟ ହେବ । "

ଏନେଇ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଟ୍ବିଟ କରି କହିଛନ୍ତି," ଆକ୍ରାକ୍ରୁଜର 2ଟି ସ୍କୁଲରେ ଗୁଳିକାଣ୍ଡ ଖବର ଶୁଣି ମୁଁ ମର୍ମାହତ। ଆତ୍ମାର ସଦଗତି କରିବା ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.