ETV Bharat / international

କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ, 33 ମୃତ

କରାଳ ରୂପ ଦେଖାଇଛି ପ୍ରକୃତି । କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ ଘଟି ଅତି କମରେ 33 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

several died in landslide in colombia
କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ, 33 ମୃତ
author img

By

Published : Dec 6, 2022, 7:56 AM IST

ବାଗୋଟା: କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଏଥିରେ ଅତିକମରେ 33 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 3 ନାବାଳକ ରହିଥିବା ସୂଚନା ମିଳିଛି । କଲମ୍ବିଆର ରିସାରାଲ୍ଡା ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଏହି ଭୂସ୍ଖଳନହୋଇଛି । ଏହି ଘଟଣା ନେଇ କଲମ୍ବିଆର ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

କଲମ୍ବିଆ ଗୃହମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଏହି ଅଘଟଣରେ 33 ଜଣଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତୀତ 9 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିବାର ଉତ୍ତର ପଶ୍ଚିମ କଲମ୍ବିଆରେ ଭୂସ୍ଖଳନ ଯୋଗୁଁ ଏକ ଯାତ୍ରୀବାହୀ ବସ ଏବଂ ଅନେକ ଗାଡି଼ ଆବର୍ଜନା ତଳେ ଫସିରହିଥିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କଲମ୍ବିଆର ରାଜଧାନୀ ବାଗୋଟାରୁ ପ୍ରାୟ 230 କିଲୋମିଟର ଦୂରରେ ଥିବା ପାର୍ବତ୍ୟ ଅଞ୍ଚଳ ପୁଏବ୍ଲୋ ରିକୋ ଏବଂ ସାନ୍ତା ସେସିଲିଆ ଦେଇ ଯାଉଥିବା ଏକ ବସ ଭୂସ୍ଖଳନ ଯୋଗୁଁ ମାଟିରେ ପୋତି ହୋଇଯାଇଥିଲା । ଉକ୍ତ ବସରେ ପ୍ରାୟ 25 ଜଣ ଯାତ୍ରୀ ଥିଲେ । ତେବେ ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁରକ୍ଷିତ ଥିବାବେଳେ 5 ଜଣ ଆହତ ହୋଇଛନ୍ତି ।

କଲମ୍ବିଆର ନ୍ୟାସନାଲ ୟୁନିଟ ଫର ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ( UNGRD) ଆକଳନ କରିଛି ଯେ, ଗତ ଅଗଷ୍ଟ 2021ରୁ ଚଳିତ ବର୍ଷ ନଭେମ୍ବର ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ 271 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି 348 ଜଣ ଆହତ ହୋଇଥିବାବେଳେ 743,337 ଜଣ ପ୍ରଭାବିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.