ETV Bharat / international

ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୭ ମୃତ - ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ

ପଶ୍ଚିମ ତୁର୍କୀର ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ । ୫ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

blast at Turkish restaurant
blast at Turkish restaurant
author img

By

Published : Dec 31, 2022, 7:09 AM IST

ଆଙ୍କରା: ତୁର୍କୀର ଏକ ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ (Explosion at a Restaurant in Western Turkey)। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ତେବେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ୟାସ ଲିକ ଯୋଗୁଁ ବିସ୍ଫୋରଣ ହୋଇଥାଇ ପାରେ ବୋଲି କୁହାଯାଇଛି । ଏନେଇ ଗତକାଲି(ଶୁକ୍ରବାର) ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଶୁକ୍ରବାର ଦିନ ପଶ୍ଚିମ ତୁର୍କୀର ଏକ ରେସ୍ତୋରାଁରେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଲୋକେ କିଛି କରିବା ଆଗରୁ ସବୁ ଓଲଟପାଲଟ ହୋଇଯାଇଥିଲା । ୭ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରହସ୍ୟ ଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ପୂର୍ବତନ ପୋଲିସ ଡିଜି କହିଲେ ସିବିଆଇ ତଦନ୍ତ ଜରୁରୀ

ଏନେଇ ଆୟଦିନ ପ୍ରାନ୍ତର ଗଭର୍ଣ୍ଣର( Governor of Aydin Province) କହିଛନ୍ତି,"ଏହି ବିସ୍ପୋରଣରେ ୫ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ।"

ସ୍ଥାନୀୟ ସରକାରୀ କର୍ମଚାରୀ ହୁସେନ ଓକୋସୀ(Gov. Huseyin Aksoy) କହିଛନ୍ତି," ଘରୋଇ ଗ୍ୟାସ ଲିକରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଅପରାହ୍ନ ୩.୩୫ ମିନିଟରେ ଏହି ବିସ୍ଫୋରଣ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତଦନ୍ତ ଜାରି ରହିଛି ।"

ଜଷ୍ଟିସ୍ ବକିର ବୋଜଡାଗ(Justice Minister Bekir Bozdag) ଟ୍ୱିଟ୍ କରି କହିଛନ୍ତି," ଏହି ବିସ୍ଫୋରଣରେ ଜଣକୁ ଅଟକ ରଖାଯାଇଛି । ସନ୍ଦେହରେ ପଚରାଉଚରା ଜାରି ରହିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.