କାମ୍ପାଲା: ଉଗାଣ୍ଡାରେ ନୂଆବର୍ଷ ପାଳନ ବେଳେ ଅଘଟଣ । ମଲରେ ଦଳଚକଟା ହୋଇ ଅତିକମରେ 9 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାର କାମ୍ପାଲ ସ୍ଥିତ ଫ୍ରିଡମ୍ ସିଟି ମଲରେ ଏହି ଅଘଟଣ ଘଟିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Road Accident: ସ୍କୁଟି ଆରୋହୀ ଯୁବତୀଙ୍କୁ ୪କିମି ଘୋଷାଡିଲା କାର, ନଗ୍ନ ମୃତଦେହ ଉଦ୍ଧାର ସହ ୫ ଅଟକ
ପୋଲିସ ସୂଚନା ଅନୁଯାୟୀ, ଶନିବାର ମଧ୍ୟରାତ୍ରୀରେ ଜିରୋନାଇଟ ସେଲିବ୍ରେସନ ପାଇଁ କାମ୍ପାଲ ସ୍ଥିତ ଫ୍ରିଡମ୍ ସିଟି ମଲରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ଆତସବାଜି ଦେଖିବାକୁ ଲୋକଙ୍କୁ ମଲ ବାହାରକୁ ଡକାଯାଇଥିଲା । ପ୍ରଦର୍ଶନ ଶେଷ ହେବାପରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିଲା । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଗୁରୁତର ଆଶଙ୍କା
ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ବେଳେ ଅନ୍ୟ 4 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଅବହେଳା ଏବଂ ଭିଡ଼ ନିୟନ୍ତ୍ରଣ କରାନଯିବାରୁ ଏହି ଘଟଣା ଘଟିଥିବା ଉଗାଣ୍ଡା ପୋଲିସ କହିଛି । ଏନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ।