ETV Bharat / international

ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: 8 ମୃତ, 23 ଆହତ

author img

By

Published : Dec 20, 2022, 10:42 AM IST

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତିକମରେ 8 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 23 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

severe road accident in pakistan
ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା

ଇସଲାମାବାଦ: ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ପଞ୍ଜାବରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ 8 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 23 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ରାଜନପୁର ଜିଲ୍ଲା ସିନ୍ଧୁ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡ଼ିରେ ରାସ୍ତା ଦୃଶ୍ୟମାନ ହୋଇନଥିବାରୁ ଅଘଟଣ ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପେଶାବରରୁ କରାଚି ଆସିଥିବାବେଳେ ଅନ୍ୟଟି ରାଜନପୁର ଯାଉଥିଲା । ଘନ କୁହୁଡ଼ି ଆଚ୍ଛାଦିତ ଯୋଗୁଁ ବିପରୀତ ଦିଗରୁ ଗାଡ଼ି ଆସୁଥିବା ଡ୍ରାଇଭର ଜଣକ ଦେଖିପାରିନଥିଲେ । ଫଳରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ଏହି ଘଟଣାରେ ପାକିସ୍ତାନସ୍ଥିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି ଶୋକ ପ୍ରକାଶ କରିବା ସହ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ଏବଂ ସିନ୍ଧୁରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହା ପ୍ରଭାବରେ କିଛି କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ଫଳରେ ଦୁର୍ଘଟଣା ଘଟୁଥିବା କୁହାଯାଉଛି । ତେଣୁ ଏହି ସମୟରେ ଭ୍ରମଣ ନକରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ଗତ ତିନି ମାସ ମଧ୍ୟରେ ସିନ୍ଧୁ ରାଜପଥରେ ଏହା ତୃତୀୟ ବସ ଦୁର୍ଘଟଣା । ଗତ ନଭେମ୍ବରରେ ଏକ ଯାତ୍ରୀବାହୀ ବସ ଇଣ୍ଡସ ରାଜପଥରେ ଥିବା ସେହୱାନ ଟୋଲ ପ୍ଲାଜା ନିକଟରେ ପାଣି ଭର୍ତ୍ତିରେ ଖସିପଡ଼ିଥିଲା । ଏଥିରେ 12 ଜଣ ଶିଶୁଙ୍କ ସମେତ ଅତି କମରେ 20 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 13 ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.