ETV Bharat / international

କାନାଡାରେ ଭୟଙ୍କର ଦୁର୍ଘଟଣା, ବସ-ଟ୍ରକ ଧକ୍କାରେ 15 ମୃତ

author img

By

Published : Jun 16, 2023, 9:10 AM IST

କାନାଡାର ମଣ୍ଟିବୋ ସ୍ଥିତ କାର୍ବେରୀ ସହରରେ ସଡକ ଦୁର୍ଘଟଣା । ବସ ସହ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ 15 ମୃତ । ଅଧିକ ପଢନ୍ତୁ

Mass casuality in Canada bus accident
Mass casuality in Canada bus accident

ଓଟାୱା: କାନାଡାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ । 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର କାନାଡାର ମଣ୍ଟିବୋ ସ୍ଥିତ କାର୍ବେରୀ ସହର ନିକଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 25 ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବସ ପଶ୍ଚିମ ମଣ୍ଟିବା ସହର ଡାଉଫିନକୁ ଯାଉଥିଲା । ଯାତ୍ରା କରୁଥିବା ସମୟରେ ରାସ୍ତାରେ ଏକ ଟ୍ରକକୁ ଧକ୍କା ଦେଇଥିଲା ବସ । ଫଳରେ ବସରେ ଥିବା 25 ଜଣଙ୍କ ମଧ୍ୟରୁ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍ବେରୀ ସହରରେ ଏହି ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ହେଲିକପ୍ଟର ନିୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆରେ ଓଲଟିଲା ବସ, ଚାଲିଗଲା 10 ଜୀବନ

କାନାଡାର ଏକ ଗଣମାଧ୍ୟମ ସଂସ୍ଥାର ଆରସିଏମ୍ପି ମଣ୍ଟିବୋ କମାଣ୍ଡିଂ ଅଫିସର ଆସିଷ୍ଟାଣ୍ଟ କମିଶନର ରବି ହିଲ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟ କ। ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଏହି ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ । ମୃତକଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଗତ 12 ତାରିଖ ଦିନ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ହଣ୍ଟର ଭ୍ୟାଲିରେ ଯାତ୍ରୀବାହୀ ବସ ଓଲଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବସରେ 50ରୁ ଅଧିକ ଯାତ୍ରୀ ଥିଲେ। ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ ।

ଗତବର୍ଷ କାନାଡାର ଟରଣ୍ଟୋରେ ଏକ ପାସେଞ୍ଜର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ଭାରତର ହାଇ କମିଶନର ଅଜୟ ବିସାରିୟା ଏହି ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.