ETV Bharat / international

Kabul Blast: କାବୁଲର ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ମୃତ - କାବୁଲରେ ପୁଣି ଭୟଙ୍କର ବିସ୍ଫୋରଣ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଭୟଙ୍କର ବିସ୍ଫୋରଣ । ଏଥିରେ ଅତିକମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Kabul blast: କାବୁଲରେ ଭୟଙ୍କର ବିସ୍ଫୋରଣ, ୧୯ ମୃତ

author img

By

Published : Sep 30, 2022, 12:26 PM IST

Updated : Sep 30, 2022, 2:30 PM IST

କାବୁଲ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । ଆଜି ସକାଳେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ଅତିକମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଆକ୍ରମଣ ପଛରେ କିଏ ଦାୟୀ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ପୂଜା ଆଗରୁ ଚେତିଲା ପ୍ରଶାସନ, ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା CMC

ସୂଚନା ଅନୁଯାୟୀ, ୱେଷ୍ଟର୍ଣ୍ଣ କାବୁଲର ଦଶତ-ଇ-ବାରଚି ସ୍ଥିତ କାଜ୍ ଶିକ୍ଷାନୁଷ୍ଠାରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ଆଜି ସକାଳ ସାଢେ ୭ଟା ସମୟରେ(ସ୍ଥାନୀୟ ସମୟ) ଏହି ଶିକ୍ଷାନୁଷ୍ଠାନରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ । ଏତିକି ବେଳେ ହଠାତ୍ ସେଠାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା(Kabul blast kills teenagers sitting practice exam) । ଫଳରେ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୯ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୨୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ମୃତାହତଙ୍କ ମଧ୍ୟରୁ ଅନେକ ହାଜରା ସଂଖ୍ୟାଲଘୁ ସମ୍ପ୍ରଦାୟର(Hazara ethnic minority) ହୋଇଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ଏହି ହାମଲ୍ କରାଯାଇଥିବା କୁହାଯାଉଛି । କାବୁଲ ପୋଲିସ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

Last Updated : Sep 30, 2022, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.