ETV Bharat / international

ଆଜି ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା, ଇସଲାମବାଦରେ ଲାଗିଲା ୧୪୪ ଧାରା - ଇମ୍ରାନ ଖାନଙ୍କ ଆନାସ୍ଥା ପ୍ରସ୍ତାବରେ ଭୋଟିଂ

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ । ଏନେଇ ଇସଲାମବାଦରେ ୧୪୪ ଧାରା ଜାରି । ଅଧିକ ପଢନ୍ତୁ

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା, ଇସଲାମବାଦରେ ଲାଗିଲା ୧୪୪ ଧାରା

author img

By

Published : Apr 3, 2022, 11:52 AM IST

ଇସଲାମବାଦ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଗ୍ନି ପରୀକ୍ଷା । ସୂତାଖିଅରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ । ହାତରୁ ଖସିଯିବ କି କ୍ଷମତା ? ନା ପୁଣି ଥରେ ଶାସନ କରିବେ ଇମ୍ରାନ ସରକାର ? ଏନେଇ କିଛି ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହେବ । ଇମ୍ରାନ ଖାନଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ(no trust motion) ଉପରେ ଆଜି ପାକିସ୍ତାନ ସଂସଦରରେ ଭୋଟିଂ ହେବ । ଏହାକୁ ଦୃଷ୍ଟିରେ ରଖି ଇସଲାମବାଦରେ ୧୪୪ ଧାରା ଲାଗୁ ହୋଇଛି । ଏଥିସହ ସଂସଦ ବାହାରେ ବିପୁଳ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ଇସଲାମବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି ଏକ ବିଜ୍ଞପ୍ତିରେ ରେଡ୍ ଜୋନରେ ୫ କିମ୍ବା ଅଧିକ ବ୍ୟକ୍ତିଙ୍କ ସମସ୍ତ ପ୍ରକାର ସମାବେଶ, ଶୋଭାଯାତ୍ରା ଏବଂ ପ୍ରଦର୍ଶନକୁ ନିଷେଦ୍ଧ କରାଯାଇଛି । ସୂଚନା ଅନୁଯାୟୀ, ଆଜି ଦିନ ସାଢେ ୧୧ଟାରେ ପାକିସ୍ତାନ ସଂସଦ ଅଧିବେଶନ ଆରମ୍ଭ ହେବ । ଏନେଇ ବିରୋଧି ନେତାମାନେ ସଂସଦରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଇମ୍ରାନଙ୍କ ବିରୁଦ୍ଧରେ ଆନାସ୍ଥା ପ୍ରସ୍ତାବରେ ଭୋଟ ଦେବାରୁ ବିରୋଧିଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି ବିରୋଧି ଦଳ ନେତା ଶେହବାଜ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ:Pakistan crisis: ଅନାସ୍ଥା ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଇମ୍ରାନ

ସରକାର ବଞ୍ଚାଇବା ପାଇଁ ଇମ୍ରାନଙ୍କୁ ୧୭୨ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ହେଲେ ତାଙ୍କ ନିକଟରେ ୧୬୩ ସାଂସଦଙ୍କ ସମର୍ଥନ ଅଛି । ଅନ୍ୟପଟେ ବିରୋଧି ମେଣ୍ଟଙ୍କ ପାଖରେ ୧୭୭ ଜଣଙ୍କ ସମର୍ଥନ ଥିବାରୁ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.