ETV Bharat / international

ଆଜି ମୋଦିଙ୍କୁ ସାକ୍ଷାତ କରିବେ ସାଉଦ ଆରବ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 11, 2023, 10:26 AM IST

ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ସାକ୍ଷାତ କରିବେ ସାଉଦ ଆରବ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi to meet Saudi Arabia Crown Prince

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଭେଟିବେ ସାଉଦ ଆରବ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଅବଦୁଲାଜିଜ୍ ଅଲ୍ ସାଉଦ । ଜି 20 ପାଇଁ ଭାରତ ଗସ୍ତରେ ଆସିଥିବା ସାଉଦ ଆରବ ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଭାରତରେ ରହିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, 9 ଓ 10 ତାରିଖର ଭାରତ ଗସ୍ତରେ ରହିଥିଲେ ସାଉଦ ଆରବ ପ୍ରିନ୍ସ । ଜି 20 ସମ୍ମିଳନୀ ଶେଷ ହେବା ପରେ ମଧ୍ୟ 11 ତାରିଖରେ ମଧ୍ୟ ଭାରତ ଗସ୍ତରେ ରହିବେ । ସୋମବାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ମଧ୍ୟ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ-G20 New Delhi Leaders' Declaration: 200 ଘଣ୍ଟାର ଆଲୋଚନା, 300 ମାରାଥନ ବୈଠକ ପଛରେ କୂଟନୈତିକ ହିରୋ ଅମିତାଭକାନ୍ତ

ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପରେ ଅହରାହ୍ନ 12ଟା ସମୟରେ ସେହି ସ୍ଥାନରେ ଭାରତ-ସାଉଦି ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ପରିଷଦର ପ୍ରଥମ ବୈଠକ ବସିବ । ଏହାପରେ ସନ୍ଧ୍ୟା ସମୟରେ 6ଟା 30 ମିନିଟରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମା ନ। ପରେ ରାତି 8ଟା 30 ମିନିଟ ସମୟରେ ସାଉଦ ଆରବ ଅଭିମୁଖେ ବାହାରିବେ।

ଏହା ମଧ୍ୟ ପଢନ୍ତୁ-G20 session on 'One Future': ମିଳିତ ଜାତିସଂଘରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦାବି

ଜି20 ସମ୍ମିଳନୀରେ ସାମିଲ ହେବା ହେବା ପାଇଁ ଶନିବାର ସାଉଦ ଆରବ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଅବଦୁଲାଜିଜ୍ ଅଲ୍ ସାଉଦ ଦିଲ୍ଲୀରେ ପହଞ୍ଚିଥିଲେ । ଏହା ପରେ ଜି20 ବୈଠକରେ ସାମିଲ ହୋଇଥିଲେ । ବିଶ୍ବ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଜି20 ବୈଠକ ଶେଷ ହୋଇଛି । କିନ୍ତୁ ଆଜି ଭାରତରେ ରହିବେ ସାଉଦି ଆରବ ପ୍ରଧାନମନ୍ତ୍ରୀ । 2019 ପରେ ସାଉଦି ଆରବ ପ୍ରିନ୍ସ ପ୍ରଥମ ଥର ଭାରତ ଆସିଛନ୍ତି ।

ଭାରତ ଅଧ୍ୟକ୍ଷତା ଆୟୋଜିତ ହୋଇଥିବା ଜି20 ଶିଖର ସମ୍ମିଳନୀ ସଫଳତାର ସହ ରବିବାର ଶେଷ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ଏହି ଆୟୋଜନ ସଫଳ ହୋଇଥିବା ବେଳେ ସର୍ବାଧିକ ଚର୍ଚ୍ଚାରେ ଥିବା ନୂଆଦିଲ୍ଲୀ ଡିକ୍ଲାରେସନକୁ ପୂର୍ଣ୍ଣ ସର୍ବସମ୍ମତିରେ ଗ୍ରହଣ କରାଯିବା ଭାରତର ସର୍ବାଧିକ ସଫଳ କୂଟନୀତି ଓ ଉପଲବ୍ଧି ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.