ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷକୁ ଲାଗିଛି ଏକ ବଡ ଝଟକା । ବ୍ଲାକ ସିରେ ଋଷର ଏକ ମିଶାଇଲ କ୍ରୁଜ ଧ୍ବସଂ ହୋଇଯାଇଛି । ଯୁଦ୍ଧ ଜାହାଜରେ କୌଣସି କାରଣବଶତଃ ନିଆଁ ଲାଗି ବିସ୍ପୋରଣ ହୋଇ ଜାହାଜଟି ସମ୍ପୁର୍ଣ୍ଣ ଧ୍ବସଂ ହୋଇଯାଇଛି ।
ଏନେଇ ଗୁରବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଆଣ୍ଟି ସିପ୍ ମିସାଇଲ ମୋସ୍କଭାରେ ମାଡ ହୋଇଥିଲା । ଫଳରେ ଯୁଦ୍ଧପୋତରେ ଭୟଙ୍କର ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ତେବେ ଏହି ଅଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କ୍ରୁଜ ସଦସ୍ୟ ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ତଦନ୍ତ ଆରମ୍ଭ ହେବା କଥା କୁହାଯାଇଛି । ସୂଚନାଅନୁସାରେ, ଉକ୍ତ ଜାହାଜର ନାମ ସ୍ଲାଭା ଥିଲା । ଏହା ପ୍ରଥମେ 1976ରେ ମାଇକୋଲାଇଭରେ ରଖାଯାଇଥିଲା ଏବଂ 1983 ରେ କାର୍ଯ୍ୟକ୍ଷମ ହୋଇଥିଲା ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରାଯାଇଛି ।
ANI