ETV Bharat / international

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: କହିଲେ ସେ ଭାରତୀୟଙ୍କ ସ୍ବାର୍ଥ ପାଇଁ... - Modi knows how to save Indians interests

Putin Praise PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ପ୍ରଶଂସା କଲେ ଋଷିଆ ରାଷ୍ଟ୍ରପତି ପୁଟିନ । କହିଲେ ଭାରତୀୟଙ୍କ ସ୍ବାର୍ଥ ବିରୋଧି କାର୍ଯ୍ୟ କରିବାକୁ ମୋଦିଙ୍କୁ କେହି କେବେ ବାଧ୍ୟ କରିପାରିବେନି । ଅଧିକ ପଢନ୍ତୁ

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ
ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ
author img

By ETV Bharat Odisha Team

Published : Dec 8, 2023, 2:24 PM IST

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲେ ଋଷିଆ ରାଷ୍ଟ୍ରପତି ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କଠୋର ଆଭିମୁଖ୍ୟ ଆପଣାନ୍ତି । ସେ କୌଣସି ପରିସ୍ଥିତିରେ ଭାରତୀୟଙ୍କ ସ୍ବାର୍ଥ୍ୟ ବିରୋଧି କାର୍ଯ୍ୟ କରିବେ ନାହିଁ । ଭାରତବାସୀଙ୍କ ସ୍ବାର୍ଥ ବିରୋଧରେ କୌଣସି ନିଷ୍ପତ୍ତି ନେବାକୁ କେହି ତାଙ୍କୁ କେବେ ବାଧ୍ୟ କରିପାରିବେ କି ଡରାଇ ଧମକାଇ ପାରିବେ ବୋଲି ମୁଁ କେବେ କଳ୍ପନା କରିପାରିବିନି । ଏକ ଗଣମାଧ୍ୟମ ସହ ସାକ୍ଷାତକାର ଅବସରରେ ମୋଦିଙ୍କୁ ପ୍ରଶଂସା କରି ରାଷ୍ଟ୍ରପତି ପୁଟିନ ଏପରି କହିଛନ୍ତି ।

ଋଷିଆ ରାଷ୍ଟ୍ରପତି ପୁଟିନ କହିଛନ୍ତି, ''ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଭାରତ ଓ ଋଷିଆ ମଧ୍ୟରେ ସୁଦୃଢ ସମ୍ପର୍କର ଗ୍ୟାରେଣ୍ଟି ଅଟେ । ମୋଦି କେବେ ବି ଭାରତୀୟ ସ୍ବାର୍ଥ ବିରୋଧରେ କୌଣସି ନିଷ୍ପତ୍ତି ନେବେନି କି ଏଥିପାଇଁ କେହି କେବେ ତାଙ୍କୁ ବାଧ୍ୟ କରିପାରିବେନି । ମୁଁ ଜାଣେ କି ତାଙ୍କ ଉପରେ ଏପରି ଚାପ ଅଛି । ହେଲେ ଆମେ ଦୁହେଁ ଏ ବିଷୟରେ କେବେ ବି ଆଲୋଚନା କରିନାହୁଁ । ମୁଁ କେବଳ ବାହାର କ'ଣ ସବୁ ଘଟୁଛି ଦେଖେ । ସତରେ କହିବାକୁ ଗଲେ, ଜାତୀୟ ତଥା ଭାରତୀୟ ଲୋକଙ୍କ ସ୍ବାର୍ଥ ପାଇଁ ତାଙ୍କର (ମୋଦି) କଠୋର ଆଭିମୁଖ୍ୟ ଦେଖି ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ।''

ଏହା ମଧ୍ୟ ପଢନ୍ତୁ: ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ଭାରତୀୟଙ୍କୁ କତାରରେ ଜେଲରେ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଭାରତ ଓ ଋଷିଆ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ପୁଟିନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରୁ ସୁଦୃଢ ହେଉଛି । ମୋଦିଙ୍କ ନୀତି ହିଁ ଏହି ସୁଦୃଢ ସମ୍ପର୍କର ଗ୍ୟାରେଣ୍ଟି ଅଟେ । ସେ ବିଶ୍ବ ରାଜନୈତିକ ହସ୍ତୀମାନଙ୍କ ସେହି ସମୂହ ସହ ଜଡିତ, ଯାହାଙ୍କ ବିଷୟରେ ମୁଁ ନାଁ ନନେଇ କହିଥିଲି । ଗତ ବର୍ଷ ଭାରତ ଓ ଋଷିଆ ମଧ୍ୟରେ ବାଣିଜ୍ୟ କାରବାର ୩୫ ବିଲିୟନ ଡଲାର ଥିଲା ଏବଂ ଚଳିତ ବର୍ଷ ଏବେସୁଦ୍ଧା ଏହା ୩୩.୫ ବିଲିୟନ ଡଲାର ରହିଛି । ଋଷିଆ ଶକ୍ତି ସମ୍ବଳ ଉପରେ ରିହାତି ଯୋଗୁଁ ଭାରତକୁ ଏହି ପ୍ରାଥମିକତା ମିଳୁଛି ବୋଲି ଆମେ ବୁଝୁଛୁ । ହେଲେ ସେ ଯାହା କରୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । ଏପରି ସ୍ଥିତି ଆସିଲେ ମୁଁ ମଧ୍ୟ ସମାନ ନିଷ୍ପତ୍ତି ନେବି ବୋଲି କହିଛନ୍ତି ପୁଟିନ ।

ଏଠାରେ ଉଲ୍ଲେଖଯୋଗ୍ୟ, ୟୁକ୍ରେନ ସହ ଯୁଦ୍ଧ ପାଇଁ ଆମେରିକା ସମେତ ପ୍ରମୁଖ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ଋଷିଆ ସହ ବାଣିଜ୍ୟ କାରବାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଅନ୍ୟ ରାଷ୍ଟ୍ରକୁ ମଧ୍ୟ ଏପରି କରିବା ନେଇ ଚେତାବନୀ ଦେଇଥିଲେ । ଏହାସତ୍ତ୍ବେ ଭାରତ ସରକାର ଋଷିଆ ଠାରୁ ରିହାତି ଦରରେ ତୈଳ କ୍ରୟ କରିଥିଲା ।

ପ୍ରକାଶ ଥାଉକି, ଗତ ମାସରେ ଭାରତ ପକ୍ଷରୁ ଆୟୋଜିତ ଭର୍ଚୁଆଲ ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କରି ଏହା ଅତ୍ୟନ୍ତ ଫଳପ୍ରଦ ଥିଲା ବୋଲି କହିଥିଲେ । ସେହିପରି ପୂର୍ବରୁ ବି ସେ ଥରେ କହିଥିଲେ ଯେ, ମୋଦି ନିଜ ଲୋକଙ୍କ ସ୍ବାର୍ଥରକ୍ଷା କରିବା ଭଲ ଭାବେ ଜାଣନ୍ତି । ଭାରତ ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ରର । ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଭାରତ ଆଧୁନିକ ଦେଶ ଭାବେ ବିକଶିତ ହୋଇଛି । ଏହାର ଭବିଷ୍ୟତ ଉଜ୍ଜଳ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.