ETV Bharat / international

ପୁଟିନଙ୍କ ଘୋଷଣା, ୧୦ ଛୁଆ ଜନ୍ମକଲେ ମହିଳାଙ୍କୁ ମିଳିବ ୧୩ ଲକ୍ଷ ପୁରସ୍କାର - ଭ୍ଲାଦିମିନ ପୁଟିନ

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ ଦେଶରେ ଜନସଂଖ୍ୟା ବଢାଇବାକୁ ନୂଆ ଅଫର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ପୁଟିନଙ୍କ ଘୋଷଣା, 10 ଛୁଆ ଜନ୍ମକର 13 ଲକ୍ଷ ନିଅ

author img

By

Published : Aug 19, 2022, 2:42 PM IST

ମସ୍କୋ: ଦେଶରେ ଜନସଂଖ୍ୟା ବଢାଇବା ପାଇଁ ନୂଆ ଅଫର ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ । ଦେଶରେ ମହାମାରୀ, ୟୁକ୍ରେନ ଯୁଦ୍ଧରେ ଶିଶୁ ଜନ୍ମହାର କମିଛି । ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଦେଶର ମହିଳାଙ୍କ ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ । ୧୦ରୁ ଅଧିକ ଶିଶୁ ଜନ୍ମ କଲେ ୧୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ପୁଟିନ । ପୁଟିନଙ୍କ ଏହି ଘୋଷଣା ପରେ ଲୋକମାନେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ।

ଦେଶରେ ଜନସଂଖ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ । ଲାଗତାର ଭାବରେ ଋଷର ଜନସଂଖ୍ୟା କମିବାକୁ ଲାଗିଛି । ଏହି ସଂଙ୍କଟର ମୁକାବିଲା କରିବାକୁ ମହିଳାଙ୍କୁ ଅଧିକ ଶିଶୁ ଜନ୍ମ କରିବା ପାଇଁ ପୁରସ୍କାର ଦେବାକୁ ଯୋଜନା ବନାଇଛନ୍ତି ପୁଟିନ । ଏହି ଅନୁସାରେ ୧୦ରୁ ଅଧିକ ଶିଶୁ ଜନ୍ମ କଲେ ୧୩,୫୦୦ ପାଉଣ୍ଡ ପ୍ରାୟ ୧୩ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ।

ମହିଳାଙ୍କୁ ମିଳିବ ମଦର ହିରୋଇନ ଆୱାର୍ଡ...

ଦ୍ବିତୀୟ ବିଶ୍ବଯୁଦ୍ଧରେ ଋଷର ବହୁ ଲୋକ ଜୀବନ ହାରିଥିଲେ । ୧୯୯୧ରେ ସୋଭିଏତ ସଂଘ ଭାଙ୍ଗିବା ପରେ ଋଷ 'ମଦର ହିରୋଇନ' ସମ୍ମାନ ଘୋଷଣା କରିଥିଲା । ସେତେବେଳେ ୪ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ସମ୍ମାନ ପ୍ରଧାନ କରାଯାଇଥିଲା । ୧୦ ଶିଶୁ ଜନ୍ମ କଲେ ଏହି 'ମଦର ହିରୋଇନ' ସମ୍ମାନ ପ୍ରଦାନ କରାଯିବ । ଯୋଜନା ଅନୁସାରେ ୧୦ ଶିଶୁଙ୍କ ମଧ୍ୟରୁ ଶେଷ ଶିଶୁ ଜନ୍ମର ବର୍ଷକ ପରେ ଉକ୍ତ ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ । ଯଦି ୧୦ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୁଏ ତେବେ ମହିଳା ଏ ଯୋଜନାରୁ ବଞ୍ଚିତ ହେବେ ।

ଯୋଜନା ଉପରେ ଉଠୁଛି ପ୍ରଶ୍ନ...

ପୁଟିନଙ୍କ ଏ ଘୋଷଣା ଉପରେ ପ୍ରଶ୍ନ ଉଠୁଛି । ଲୋକମାନେ କହୁଛନ୍ତି କି, ୧୦ ଶିଶୁ ଜନ୍ମ କରି ପରିବାର କଳ୍ପନା କିଏ କରିବ । ଏହି କିପରି ସମ୍ଭବ । ପ୍ରକାଶ ଥାଉ କି ଋଷରେ ସାମାଜିକ ଓ ରାଜନୈତିକ ସମସ୍ୟା ରହିଛି । ୟୁକ୍ରେନ ଯୁଦ୍ଧରେ ୫୦ ହଜାରରୁ ଅଧିକ ସେନାଙ୍କର ଜୀବନ ଯାଇଛି । ବଡ ପରିବାର ଲୋକ ଅଧିକ ଦେଶଭକ୍ତ ବୋଲି ପୁଟିନ ବିଶ୍ବାସ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.