ETV Bharat / international

Modi-Putin Phone Talk: LACରେ ଭାରତ-ଚୀନ ସେନା ସଂଘର୍ଷ, ମୋଦିଙ୍କୁ ଆସିଲା ପୁଟିନଙ୍କ ଫୋନ୍ କଲ

author img

By

Published : Dec 16, 2022, 6:25 PM IST

Updated : Dec 16, 2022, 6:51 PM IST

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଟେଲିଫୋନ ଯୋଗେ ଯୋଗାଯୋଗ କରିଛନ୍ତି (Modi-Putin Phone Talk) । ଏହି ବାର୍ତ୍ତାଳାପରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Modi-Putin Phone Talk: ଟେଲିଫୋନ ଯୋଗେ ମୋଦିଙ୍କ ସହ କଥା ହେଲେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରହିଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର (Russia President Vladimir Putin) ପୁଟିନ ପ୍ରଧାନମନ୍ତ୍ରୀ ମୋଦି (PM Modi)ଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଟେଲିଫୋନ ଯୋଗେ ଏହି ବାର୍ତ୍ତାଳାପ (Modi-Putin Phone Talk) ହୋଇଥିବା ଏକ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ମୋଦି ଓ ପୁଟିନଙ୍କ ୫ମ ଟେଲିଫୋନ ବାର୍ତ୍ତାଳାପରେ ଶକ୍ତି, ଶିଳ୍ପ ସମେତ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ପ୍ରକୃତ ନିୟନ୍ତ୍ରଣା ରେଖାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ମୋଦିକୁ ଆସିଛି ପୁଟିନଙ୍କ ଫୋନ କଲ । ତେବେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଳାପରେ ଏହି ପ୍ରସଙ୍ଗରେ ଆଲୋଚନା ନେଇ ଭାରତ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଉଜବେକିସ୍ତାନ ସମରକନ୍ଦରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀରେ ଗତ ସେପ୍ଟେମ୍ବର ୧୬ ତାରିଖରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଭେଟ ହୋଇଥିଲା । ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ମୋଦି ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ । ଆଜି ହୋଇଥିବା ବାର୍ତ୍ତାଳାପରେ ୟୁକ୍ରେନ ସହିତ ଯୁଦ୍ଧ ବଦଳରେ କୂଟନୈତିକ ପନ୍ଥା ଆପଣାଇବା ଲାଗି ମୋଦି ପୁଟିନଙ୍କୁ ପରାମର୍ଶ ଦେଇଛନ୍ତି । ଏସସିଓ ଶିଖର ସମ୍ମିଳନୀ ବୈଠକ ପରେ ଉଭୟ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିଲେ । ଶକ୍ତି, ବ୍ୟାପାର, ନିବେଶ, ରକ୍ଷା ଓ ସୁରକ୍ଷା ସମେତ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- ମାଲେସିୟା ରାଜଧାନୀରେ ଭୟଙ୍କର ଭୂସ୍ଖଳନ: ୨ ମୃତ, ଏକାଧିକ ନିଖୋଜ

ଆଜିର ଆଲୋଚନାରେ ମୋଦି ପୁଟିନଙ୍କୁ ଜି-୨୦ରେ ଭାରତର ଅଧ୍ୟକ୍ଷତା ସମ୍ପର୍କରେ ସୂଚନା ଦେବା ସହିତ ଏହାର ପ୍ରାଥମିକତା ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହାସହିତ ସଙ୍ଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତା ସମୟରେ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ କରିବା ଲାଗି ଆଶା ପ୍ରକଟ କରିଥିଲେ ମୋଦି । ଏହାସହିତ ନିୟମିତ ପରସ୍ପର ସହିତ ଯୋଗାଯୋଗରେ ରହିବା ନେଇ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଅନେକ ଥର ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।

ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ ଲାଗି ପୁଟିନ ଅନେକ ଥର ପରମାଣୁ ବୋମା ବିସ୍ଫୋରଣ ଲାଗି ଧମକ ଦେଇଥିଲେ । ନିକଟରେ ଆଉ ଥରେ ମଧ୍ୟ ପରମାଣୁ ବୋମା ବିସ୍ଫୋରଣ ଲାଗି ଧମକ ଦେଇଥିଲେ । ଏଥିଲାଗି ମୋଦି-ପୁତିନଙ୍କ ମଧ୍ୟରେ ଶିଖର ସମ୍ମିଳନୀକୁ ରଦ୍ଦ କରାଯାଇଥିଲା । ମାତ୍ର ଋଷ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଥିଲା । ଏହା ଏକ ମିଥ୍ୟା ଖବର ବୋଲି କହିଥିଲା ଋଷ ।

Last Updated : Dec 16, 2022, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.