ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୪୮ ଦିନରେ ପହଞ୍ଚିଛି । ଦିନ ବିତୁଛି, ହେଲେ ଯୁଦ୍ଧ ସରୁନି । ଆକ୍ରମଣ ପ୍ରତିଆକ୍ରମଣ ଭିତରେ ଶ୍ମଶାନ ପାଲଟିଛି ୟୁକ୍ରେନ । ଋଷରେ ଏହି ଆକ୍ରମଣକୁ ନେଇ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ(Sergey Lavrov) ସୋମବାର ଏକ ବଡ ବୟାନ ଦେଇଛନ୍ତି । ସମଗ୍ର ବିଶ୍ବରେ ଆମେରିକାର ପ୍ରଭାବ ଶେଷ କରିବା ଲକ୍ଷ୍ୟରେ ୟୁକ୍ରେନରେ ଋଷ ମିଲିଟାରୀ ଅପରେସନ ଚଳାଇଥିବା ବୈଦେଶିକ ମନ୍ତ୍ରୀ କହିଛନ୍ତି ।
ଆମେରିକା ଅନ୍ତର୍ଜାତୀୟ ଆଇନ ଉଲ୍ଲଙ୍ଘନ କରିବା ସହ ନିଜ ମନ ମୁତାବକ ନିୟମ ପ୍ରଣୟନ କରୁଛି । ଯାହାକୁ ଚୀନ ଏବଂ ମସ୍କୋ ବିରୋଧ କରିଆସୁଛନ୍ତି । ନାଟୋର ବେଧଡକ ସମ୍ପ୍ରସାରଣ ଏବଂ ବିଶ୍ବରେ ଆଧିପତ୍ୟ ବିସ୍ତାର ପାଇଁ ଆମେରିକା ଓ ଏହାର ପାଶ୍ଚାତ୍ୟ ରାଷ୍ଟ୍ର ଅଭିଯାନକୁ ବନ୍ଦ କରିବା ଋଷର ସ୍ବତନ୍ତ୍ର ସାମରିକ ଅପରେସନର ଲକ୍ଷ୍ୟ । କିଛି ଆନ୍ତର୍ଜାତିକ ଆଇନର ଉଲ୍ଲଙ୍ଘନ ଏବଂ କେତେକ ନିୟମ ଅଧିନରେ ଆମେରିକା ନିଜର ପ୍ରଭାବ ବିସ୍ତାର କରୁଛି । ଋଷ ସେହି ଦେଶଗୁଡିକ ମଧ୍ୟ ମଧ୍ୟରୁ ଗୋଟିଏ ଯେଉଁମାନେ ଆମେରିକାର ଏହି ଇଚ୍ଛା ଚରିତାର୍ଥ ହେବାକୁ ଦେବେ ନାହିଁ । ସେଥିପାଇଁ ୟୁକ୍ରେନରେ ଋଷର ସାମରିକ ଅପେରସନ ଜାରି ରହିଛି ବୋଲି ଲାଭରୋବ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ:Russia Ukraine War: ମାରିଓପୁଲରେ ୧୦ ହଜାରରୁ ଅଧିକ ମୃତ
ଉଲ୍ଲେଖଯୋଗ୍ୟ, ଆମେରିକା ଋଷ ଉପରେ ମାଳମାଳ ଆର୍ଥିକ ପ୍ରତିବନ୍ଧକ ଲଗାଇଛି । ଅନ୍ୟାନ୍ୟ ରାଷ୍ଟ୍ରଗୁଡିକୁ ମଧ୍ୟ ଋଷିଆ ବିରୋଧି ନୀତି ଆପଣାଇବାକୁ ଚାପ ପକାଉଛି । ସେପେଟ ଋଷିଆ ଆର୍ଥିକ ଷ୍ଟ୍ରାଇକ୍ ମଧ୍ୟରେ ବି ଯୁଦ୍ଧ ବନ୍ଦ କରିବାର ନାଁ ଧରୁନି ।